ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ରେ ଚାଲିଛି ଦୁଇ ବାର୍ଷିକ ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା l ବ୍ରହ୍ମପୁରର ଆରାଧ୍ୟାଦେବୀ ମା’ ବୁଢ଼ୀସାଆନ୍ତାଣୀ ଠାକୁରାଣୀଙ୍କ ଦ୍ବିଚାର୍ଷିକ ଯାତ୍ରାର ୧୪ ଦିନ ଏବଂ ଘଟ ପରିକ୍ରମାର ୧୨ ଦିନରେ ବାଛୁବାରି ସାହି ଠାରେ ମାଁ ଙ୍କ ସବୁଠାରୁ ପ୍ରିୟ ବିଞ୍ଛଣା ରଥ ଉନ୍ମୋଚିତ ହୋଇଛି ।
ପରେ କାଳୁପାତ୍ର ସାହିର ଜ୍ବାଳାମୁଖୀ ଓ ଷଣ୍ଢମହାନ୍ତି ମନ୍ଦିର ଶିବାଗୁଡ଼ାକାଳୀ ରଥ ଉନ୍ମୋଚିତ ହୋଇଛି।
ପ୍ରତ୍ୟକ ଦିନ ସନ୍ଧ୍ୟାରେ ମାଁ ଠାକୁରାଣୀ ଅସ୍ଥାୟୀ ମନ୍ଦିରରୁ ବାହାରି ଦେଶୀବେହେରା ସାହି ହୋଇ ରାଜବାଟି ଯାଇ ସେଠାରେ ମହୂର ରାଜାଙ୍କୁ ଦର୍ଶନ ଦେଇ ଅନ୍ୟାନ୍ୟ ସାହି ପରିକ୍ରମାରେ ବାହାରନ୍ତି ।
କିନ୍ତୁ ମାଁ ଙ୍କ ପ୍ରିୟ ବିଞ୍ଛଣା ରଥ ବାହାରିବା ଦିନ ମା’ଙ୍କ ଘଟ ପ୍ରଥମେ ବାଛୁବାରି ସାହି ସ୍ଥିତ ବିଞ୍ଚୁଣା ରଥ ନିକଟକୁ ଯାଇ ସେଠାରେ ରଥର ଶୁଭାରମ୍ଭ କରିବା ପରେ ଦେଶୀବେହେରା ସାହି ଠାରୁ ରାଜବାଟୀରେ ମହୁରୀ ରାଜାଙ୍କୁ ଦର୍ଶନ ଦେଇ ପୁଣି ସାହି ପରିକ୍ରମାରେ ବାହାରିଥିଲେ।
ପରେ ଅନ୍ୟ ଦୁଇ ରଥକୁ ଉନ୍ମୋଚିତ କରିବା ପରେ ସାହି ପରିକ୍ରମା କରି ଅସ୍ଥାୟୀ ମଣ୍ଡପକୁ ଫେରିଲେ ମାଁ ବୁଢ଼ୀ ଠାକୁରାଣୀ।