ମହାକୁମ୍ଭ ମେଳାରେ ଦଳାଚକଟା : ୧୦ ରୁ ଅଧିକ ଭକ୍ତଙ୍କ ମୃ୍ତ, ଅନେକ ଆହତ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପବିତ୍ର ମହାକୁମ୍ଭ ମେଳାରେ ବଡ ଧରଣର ଅଘଟଣ । ମୌନି ଅମାବାସ୍ୟା ଅବସରରେ ପ୍ରବଳ ଭିଡ ମଧ୍ୟରେ ଦଳାଚକଟା । ଏଥିରେ ୧୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ଆହତ ଓ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଗତକାଲି (ମଙ୍ଗଳାବାର) ବିଳମ୍ବିତ ରାତି ପ୍ରାୟ ୧.୩୦ ସୁଦ୍ଧା ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ମୌନି ଅମାବାସ୍ୟା ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବା ପାଇଁ ପ୍ରୟାଗରାଜ କୁମ୍ଭମେଳାରେ କୋଟି କୋଟି ଲୋକଙ୍କ ଭିଡ ହୋଇଥିଲା । ଏହି ସମୟରେ କିଛି ଗୁଜବକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଏହାମଧ୍ୟରେ କିଛି ମହିଳା ଓ ପୁରୁଷ ତଳେ ପଡିଯାଇଥିବାରୁ ଦଳାଚକଟା ହୋଇଥିଲା ।

LEAVE A REPLY

Please enter your comment!
Please enter your name here