ଦେଶୀ ଗୁଆ ଘିଅରେ ରନ୍ଧା ହେଉ ମହାପ୍ରସାଦ

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ସେବାୟତ ଓ ସୁଆରମହାସୁଆର ନିଯୋଗର ସଦସ୍ୟ। ଓମଫେଡ୍ ପରିବର୍ତ୍ତେ ଶୁଦ୍ଧ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ଚିଠି ଲେଖିଲେ ସେବାୟତ । ଶ୍ରୀମନ୍ଦିରରେ ବେନାମୀ ଘିଅ ଉପରେ ରୋକ୍ ପାଇଁ ଠୋସ୍ ପଦକ୍ଷେପ। କେବଳ ଓମଫେଡ ଘିଅ ବ୍ୟବହାର କରିବାକୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ଆଉ ପାଦେ ଆଗକୁ ବଢିଛନ୍ତି ସୁଆର ସେବାୟତ। ଓମଫେଡ୍ ନୁହେଁ, ଶୁଦ୍ଧ ଗାଈ ଘିଅରେ ମହାପ୍ରସାଦ ରାନ୍ଧିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି।ପୂର୍ବରୁ କେବଳ ଓମଫେଡ ଘିଅରେ ମହାପ୍ରସାଦ ରନ୍ଧାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସୁଆର ସେବାୟତ। ଏଥିସହ ଶୁଦ୍ଧ ଦେଶୀ ଗାଇ ଘିଅ, କ୍ଷୀର, ଲହୁଣି ଓ ଦହି କିପରି ଉତ୍ପାଦନ ହୋଇପାରିବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଅମୃତମଣୋହୀ ଜମିରେ ଏକ ଗାଇ ଫାର୍ମ ନିର୍ମାଣ କରାଯାଉ। ମହାପ୍ରଭୁଙ୍କ ନାଁରେ ଗଚ୍ଛିତ ଥିବା ଅର୍ଥରେ ଗୋଶାଳା ବା ଏକ ଡାଏରୀ ଫାର୍ମ ପରିଚାଳନା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସୁଆର ସେବାୟତ।ଶ୍ରୀମନ୍ଦିର ଭିତରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି। ତେବେ ଜଗନ୍ନାଥ ମନ୍ଦିରର ଆବଶ୍ୟକତାକୁ ନଜରରେ ରଖି ଓମଫେଡର ବିକଳ୍ପ ମଧ୍ୟରଖିବା ଆବଶ୍ୟକ ବୋଲି ସେବାୟତ ମତ ଦେଇଛନ୍ତି।ତିରୁପତି ଘଟଣା ପରେ ଶ୍ରୀମନ୍ଦିରରେ ଘିଅ ଯାଞ୍ଚ ଦାବି ଉଠିବାରୁ ତାଗିଦ୍ କରିଛନ୍ତି ରାଜ୍ୟ ସରକାର। ଫଳରେ ବେନାମୀ ଘିଅ ପ୍ରବେଶ ଉପରେ ଲାଗିଛି କଟକଣା।

LEAVE A REPLY

Please enter your comment!
Please enter your name here