ଶହେ ଟଙ୍କାରେ ମିଳିବ ମହାପ୍ରସାଦ : ପୃଥ୍ବୀରାଜ ହରିଚନ୍ଦନ 

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-  ଏଣିକି ଶହେ ଟଙ୍କାରେ ମିଳିବ ପେଟପୂରା ମହାପ୍ରସାଦ । ମିଳିବ ଅନ୍ନ,ଡାଲି, ବେସର, ମହୁର ଓ ଖଟା । ୧୦୦ ଟଙ୍କାରେ ଅବଢ଼ା କିଣି, ଜଣେ ଭକ୍ତ ଖାଇ ଯେମିତି ଶାନ୍ତି ହେବ ତା ଉପରେ ସରକାର ବିଚାର ବିମର୍ଶ କରୁଥିବା ନେଇ ଖୋଦ୍ ଆଇନମନ୍ତ୍ରୀଙ୍କ ସୂଚନା ପରେ ଆଶ୍ବସ୍ତ ହୋଇଛନ୍ତି ଜଗନ୍ନାଥ ପ୍ରେମୀ । ମଙ୍ଗଳବାର ତଳେ ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମ ଅବସରରେ ଏ ସଙ୍କେତ ଦେଇଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୁରୁବାର ଅଧିକ ସୂଚନା ଦେଇ କହିଛନ୍ତି-ଗଜପତି ମହାରାଜଙ୍କ ଅନୁରୋଧ କ୍ରମେ ସରକାରଙ୍କ ପକ୍ଷରୁ ଅନ୍ନଯଜ୍ଞ ମଣ୍ଡପର ବି ପରିକଳ୍ପନା ଚାଲିଛି । ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ କିପରି ଉକ୍ତ ଅନ୍ନଯଜ୍ଞ ମଣ୍ଡପରେ ମହାପ୍ରସାଦ ପାଇପାରିବେ ସେ ଦିଗରେ ମଧ୍ୟ ଗୁରୁତ୍ବର ସହ ଚିନ୍ତା କରାଯାଉଛି।

ଅନ୍ୟପଟେ ସୁଆର-ମହାସୁଆର ନିଯୋଗ ବି ଅବଢ଼ା ଅମୂଲମୂଲ ହୋଇଥିବା କଥା ସ୍ବୀକାର କରିଛି। ନିଯୋଗର ସଂପାଦକ କହିଛନ୍ତି- ଆଗେ କମ୍ ଦରର ଘିଅରେ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା, ହେଲେ ଏବେ ଓମଫେଡ୍ ଘିଅରେ ହେଉଛି। ତାସହ ସେମାନେ କିଣୁଥବା ଜାଳେଣି କାଠଠୁ ଧରି ଭୋଗ ରନ୍ଧା ସାମଗ୍ରୀ, ସବୁ ରେଟ୍ ବଢ଼ିଛି। ତେଣୁ ସେମାନେ ଅବଢ଼ା ଦାମ୍ ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି। ତଥାପି ଆନନ୍ଦ ବଜାରରେ ଶହେ ଟଙ୍କାରେ ଅବଢ଼ା ବିକ୍ରି କରୁଛନ୍ତି।

LEAVE A REPLY

Please enter your comment!
Please enter your name here