ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶ ଲାଗି ୨୦୦୩ ମସିହାରୁ ବାରିପଦାର ବୁଢା ବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ର ତ୍ରିବେଣୀ ସଙ୍ଗମ ସ୍ଥଳରେ ବଳାଙ୍ଗୀ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଛି । ତେବେ ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ଚାରିଟି ଯାକ ଉପଖଣ୍ଡର ଅଧିବାସୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ଵୟ ରକ୍ଷା ଏବଂ ଭାଇଚାରା ପରମ୍ପରାକୁ ମଜବୁତ କରିବା ଉଦେଶ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ସଂକୃତିକ ଜାଗରଣଯାତ୍ରା ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରୀକ୍ରମା କାର୍ଯ୍ୟକ୍ରମ ଚଳିତ ବର୍ଷ ମାର୍ଚ୍ଚ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ମୟୁରଭଞ୍ଜ ଜିଲ୍ଲା ର ଚାରୋଟି ଉପଖଣ୍ଡରେ ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି । ୭ ତାରିଖ ଶୁକ୍ରବାର ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଶୋଭାଯାତ୍ରା ଏବଂ ଜ୍ୟୋତି ରଥ ବାହାରି ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ଉପଖଣ୍ଡ ପରିକ୍ରମା କରି ଆଜି ମା କିଚକେଶ୍ବରୀ ମନ୍ଦିର ରୁ ବାହାରି ପ୍ରାୟ ଦିବା ୧ଘଟିକା ସମୟରେ କରଞ୍ଜିଆ ନେତାଜୀ ଛକ ଠାରେ ପହଞ୍ଚିବା ପରେ କରଞ୍ଜିଆ ମୁନିସିପାଲିଟି ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ ପରିଜା ,ଡି ଏମ ପବ୍ଲିକ ସ୍କୁଲ୍ ର ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ଭବ୍ୟ ସ୍ୱାଗତ କରିଥିଲେ । ପରେ ସହର ପରିକ୍ରମା କରି ଶକ୍ତି ମନ୍ଦିର ପହଞ୍ଚି ଥିଲେ । ସେଠାରେ କିଛି ସମୟରେ ବିଶ୍ରାମ ନେଲା ପରେ ମିଳନ ପଡିଆ ସ୍ଥିତ ମା କିଚକେଶ୍ବରୀ ଶାଳରେ ଦର୍ଶନ କରି ଗୋଲେଇ ରେ ଥିବା ମୟୁରଭଞ୍ଜ ରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଠାକୁରମୁଣ୍ଡା ହୋଇ ବାରିପଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।୯ ତାରିଖ ପର୍ଯ୍ୟନ୍ତ ବାରିପଦା ପଲବଣି ଗୋଲେଇରେ ପହଞ୍ଚିବା ପରେ ସହର ପରୀକ୍ରମା କରି ଛଉ ପଡିଆ ନିକଟରେ ଜାଗରଣ ଯାତ୍ରା ଉଦଯାପିତ ହେବ ବଲି କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମ କୁ ବିନ୍ଦୁସାର ଦାଶ ପରିଚାଳନା କରୁଥିବା ବେଳେ ସାମ୍ବାଦିକ ଙ୍କ ମଧ୍ୟରୁ ପାର୍ଥପ୍ରଶ୍ନ ମିଶ୍ର, ବି.ଦିବେନ୍ଦୁ ଶେଖର, ସତ୍ୟବ୍ରତ ମିଶ୍ର, ସୁମନ୍ତ ପାତ୍ର ଙ୍କ ସମେତ ସମାଜ ସେବୀ ସମ୍ବିଧାନ ମହାପାତ୍ର ପରିଚାଳନା ରେ ସହଯୋଗ କରିଥିଲେ ।