ବିପଦରେ ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଲ୍

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିପଦରେ ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଲ୍ ! କ୍ରମାଗତ ତାଙ୍କୁ ଧମକପୂର୍ଣ୍ଣ ଚେତାବନୀ ମିଳିବା ସହ, ଗୁଳି କରାଯାଇପାରେ ବୋଲି ଆଶଙ୍କା କରି ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଲେ ଛଗନ। ତାଙ୍କ ଛବିକୁ ମଳିନ କରିବାକୁ ଚେଷ୍ଟା କରାଯିବ ସହ ତାଙ୍କୁ ମରାଠା ସଂରକ୍ଷଣ ବିରୋଧି ଭାବେ ଦର୍ଶାଯାଉଛି ବୋଲି ଅଭିଯୋଗ କରିଛନ୍ତି ମହରାଷ୍ଟ୍ର ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଛଗନ୍ ଭୁଜବଲ୍। ତାଙ୍କୁ ଦୀର୍ଘ ଦୁଇ ମାସ ହେବ ଧମକ ଦିଆଯାଉଥିବାବେଳେ ଯେକୌଣସି ସମୟରେ ତାଙ୍କୁ ଗୁଳି କରାଯାଇପାରେ ବୋଲି ବୁଧବାର ବିଧାନସଭାର ଶୀତକାଳୀନ ଅଧିବେସନରେ ଏଭଳି ଦାବି କରିଛନ୍ତି ଛଗନ। ତାଙ୍କୁ ଟାର୍ଗେଟ କରାଯାଇ କ୍ରମାଗତ ଭାବରେ ଦୁର୍ବବ୍ୟହାର ଏବଂ ଧମକପୂର୍ଣ୍ଣ ଚେତାବନୀ ଦିଆଯାଉଛି । ତେବେ ପୋଲିସ ନିକଟରେ ଅଭିଯୋଗ କଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କହିଛନ୍ତି ଛଗନ।

ଅନ୍ୟପଟେ,ବିଧାନସଭାରେ ଛଗନ କରିଥିବା ଦାବିକୁ ନେଇ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ରାଜନୈତିକ କମ୍ପନ। କଂଗ୍ରେସ ନେତା ନାନା ପାଟୋଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ସରକାରରେ କୌଣସି ସମନ୍ୱୟ ନାହିଁ କି ମହାରାଷ୍ଟ୍ର ସରକାର ଓବିସି ପାଇଁ କୌଣସି ନୀତି ପ୍ରସ୍ତୁତ କରିନାହାନ୍ତି। ମହାରାଷ୍ଟ୍ର ସରକାର ସଂରକ୍ଷଣରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। ଯେତେବେଳେ ରାଜ୍ୟରେ ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ବିପଦରେ ପଡ଼ିଛି, ସେଠାରେ ସାଧାରଣ ଲୋକଙ୍କ ସୁରକ୍ଷା ବିଷୟରେ ଆମେ କ’ଣ କହିବା? ରାଜ୍ୟରେ କେଉଁ ପ୍ରକାର ଆଇନ୍ ଶୃଙ୍ଖଳା ଅଛି? ବିଜେପିର ମାନସିକତା କ’ଣ ରହିଛି? କାହିଁକି ସଂରକ୍ଷଣକୁ ନେଇ ଉତ୍ତର ଦେଉନାହାନ୍ତି ମହାରାଷ୍ଟ୍ର ସରକାର? ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏନସିପି ନେତା ରୋହିତ୍ ପାୱାର୍ କହିଛନ୍ତି, ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଛଗନ ଭୁଜବଲଙ୍କ ସୁରକ୍ଷା ବୃଦ୍ଧି କରିବା ଦରକାର। ମହାରାଷ୍ଟ୍ରରେ କାହାକୁ ହତ୍ୟା କରିବାକୁ ଧମକ ଦେବା ଠିକ୍ ନୁହେଁ। ତେବେ କିଛିଦିନ ହେବ, ମରାଠା ସଂରକ୍ଷଣକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ଛଗନ୍ ଭୁଜବଲ୍ ଏବଂ ସାମାଜିକ କର୍ମୀ ମନୋଜ ଜରାଙ୍ଗେ ପାଟିଲ୍ ଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଲାଗିରହିଥିବାବେଳେ ଆଗକୁ ଏହି କଳି କେଉଁ ମୋଡ଼ ନେଉଛି,ତା ଉପରେ ନଜର ।

 

LEAVE A REPLY

Please enter your comment!
Please enter your name here