ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ଶିମିଳିପାଳ ପାଦଦେଶର ଡେଙ୍ଗାମ ପଞ୍ଚାୟତର ଶିରିରାମପୁର ଗ୍ରାମସ୍ଥିତ ମାରାଙ୍ଗବୁରୁ ଜାହେର ଆୟ ଏସ ଏଚ ଜି ଗ୍ରୁପ ପକ୍ଷରୁ ମକର ମିଳନ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ୱୟଂସହାୟକ ଗୋଷ୍ଠୀର ସଭାପତି ଫୁଲମଣୀ କିସ୍କୁ ଏବଂ ସମ୍ପାଦକ ଚୁନିମଣି ସରେନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ,ସମ୍ମାନୀତ ଅତିଥିଭାବେ ସମାଜସେବୀ ସରୋଜ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ ।
ତେବେ ଗଣପର୍ବ ଭାବେ ପରିଚିତ ଥିବା ଏହି ମକର କେବଳ ପର୍ବ ପାଳନ ମଧ୍ୟରେ ସୀମିତ ହୋଇ ନଥାଏ ! ଏହା ଲୋକ ମାନଙ୍କ ମଧ୍ୟରେ ବନ୍ଧୁତ୍ବ ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିଥାଏ । ସେହିପରି ଆଧୁନିକତାର ତାଳଦେଇ ଗାଁ ଗହଳି ମାନଙ୍କରେ କ୍ରମେ ଲୋପ ପାଇବାକୁ ବସିଥିବା ବହୁ ପୁରାତନ ଖେଳ ପ୍ରଦର୍ଶନ ଏକ ନିଆରା ଅନୁଭୁତି ସୃଷ୍ଟି କରିଛି ଆଜିର ଯୁବପିଢ଼ୀଙ୍କ ମଧ୍ୟରେ ବୋଲି ଅତିଥିଗଣ ଉପସ୍ଥିତ ଗ୍ରାମବାସୀମାନଙ୍କୁ ସୁଚାଇଥିଲେ। ଏବଂ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି କୃତ୍ତି ଅର୍ଜ୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥିଗଣ ପୁରସ୍କୃତ ମଧ୍ୟ କରିଥିଲେ ।
ଏହି ମକର ମିଳନ ଓ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାସନ୍ତୀ ସରେନ,ସମବାରି ସରେନ,ସାକ୍ରା ମୁର୍ମୁ,ଜସ୍ନା ହେମ୍ବ୍ରମ ପ୍ରମୁଖଙ୍କ ସମେତ ଗ୍ରାମର ବହୁ ଯୁବପିଢି ଏବଂ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l