ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ) : ପବିତ୍ର ମକର ସଂକ୍ରାନ୍ତି ତଥା ଦକ୍ଷଣି ଓଡିଶାର ଏକ ସ୍ବତନ୍ତ୍ର ପର୍ବ ପୋଙ୍ଗଲ ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଗଜପତି ଜିଲ୍ଲା ପୁରପଲ୍ଲୀ ଠାରୁ ସହରାଞ୍ଚଳ । ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ,ମକର ସଂକ୍ରାନ୍ତି ତଥା ପୋଙ୍ଗଲ ପୂର୍ବରୁ ଭୋଗୀ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଭୋଗୀ ଉତ୍ସବ ପାଳିତ ହୋଇଯାଇଛି ।
ତେଲୁଗୁ ସଂପ୍ରଦାୟର ପ୍ରଥା ଅନୁଯାଇ ମକର ସଂକ୍ରାନ୍ତି ବା ପଙ୍ଗୋଲ ଉତ୍ସବ ପାଳନର ପ୍ରଥମ ପର୍ବ ହେଉଛି ଭୋଗୀ ପାଳନ । ଏଥି ଅନୁଯାଇ ରବିବାର ମଧ୍ୟ ରାତ୍ରରେ ପାରଳା ସହରର ବିଭିନ୍ନ ସ୍ଥାନରେ ଶୁଖିଲା କାଠ ଗଣ୍ଡିକୁ ଏକତ୍ରୀତ କରି ଅଗ୍ନି ସଂଯୋଗ କରି ଭୋଗୀ ପର୍ବକୁ ପାଳନ କରିଛନ୍ତି । ଆଜି ଏଥି ଉପଲକ୍ଷେ ଘରେ ଘରେ ପୀଠା ,ପଣା କରି ଖାଇଥିବା ବେଳେ ପରିବାର ଗୁଡିକ ପରସ୍ପର ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପାରଳା ସହରରେ ତେଲୁଗୁ ଓ ଓଡିଆ ସଂପ୍ରଦାୟର ଲୋକେ ଭାଇଚାରା ଅନୁଯାଇ ଉଭୟେ ଏହି ଭୋଗୀ ପର୍ବକୁ ପାଳନ ଆଡ଼ମ୍ବର ସହକାରେ ପାଳନ କରିଛନ୍ତି । ପାରଳା ସହରର ସାହି ସାହିରେ ଗୋଷ୍ଠୀ ବା ଏକତ୍ରିତ ହୋଇ ସୁଖିଲା ଗଣ୍ଡିକୁ ଏକତ୍ରୀତ କରି ଏଥିରେ ଅଗ୍ନୀ ସଂଯୋଗ କରାଯାଇ ଭୋଗୀ ପର୍ବ ପାଳନ କରାଯାଇଥିଲା ।
ଏହି ଭୋଗୀ ପର୍ବରେ ସହରର ଅନେକ ସ୍ଥାନରେ ବିଭିନ୍ନ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ନିଜ ନିଜ ମଧ୍ୟରେ ପ୍ରଦାନ କରାଯାଇଥିଲା । ସେହିପରି ମକର ସଂକ୍ରନ୍ତି ତଥା ପୋଙ୍ଗଲ ପାଳନ ଅବସରରେ ବିଭିନ୍ନ ସାମଗ୍ରୀର ଆବଶ୍ୟକତା ଯୋଗୁଁ ଆଜି ପାରଳାଖେମୁଣ୍ଡି ମୁଖ୍ୟ ବଜାର ଚଳଚଞ୍ଚଳ ହୋଇ ଉଠିଛି ।