ବାସଭବନରେ ପଡି ମମତା ବାନାର୍ଜୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବାସଭବନରେ ପଡିଯିବା କାରଣରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଦିଦିଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି । ମମତା ଆହତ ହେବା ସମ୍ପର୍କରେ ଦଳ ତୃଣମୂଳ କଂଗ୍ରେସ ‘ଏକ୍ସ’ରେ ଫଟୋ ସେୟାର କରି ସୂଚନା ଦେଇଛି । ମମତାଙ୍କ ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ଦଳ ଅନୁରୋଧ କରିଛି ।ତେବେ ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ମମତା ବାସଭବନରେ ଥିବା ବେଳେ ଏହି ଅଘଟଣ ଘଟିଛି ।

କୌଣସି କାରଣବଶତଃ ସେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । କ୍ଷମତ ସୃଷ୍ଟି ହେବା ସହ ରକ୍ତସ୍ରାବ ମଧ୍ୟ ହୋଇଥିବାର ଫଟୋରେ ସ୍ପଷ୍ଟ ଦୃଶ୍ୟ ହେଉଛି । ଅପରାହ୍ନରେ ତାଙ୍କୁ ପୁତୁରା ତଥା ସାଂସଦ ଅଭିଶେକ ବାନାର୍ଜୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦଳୀୟ ନେତାମାନେ ହସ୍ପିଟାଲରେ ପହଞ୍ଚି ମମତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ତଦାରଖ ମଧ୍ୟ କରିଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ଜାରି ରଖିଛି । ତାଙ୍କ ସ୍ବସ୍ଥ୍ୟବସ୍ଥା ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ସୂଚନା ସ୍ପଷ୍ଟ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here