ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ,ଯୋଗଦେବେନି ମମତା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ୨୦୨୪ ଲାଗି ବଢିଲା ପ୍ଲାନ । ଲୋକସଭା ନିର୍ବାଚନ ପାଇଁ ହାତରେ ଆଉ ଅଳ୍ପ ସମୟ । ଦେଶରେ ଶକ୍ତିଶାଳୀ ଦଳ ତଥା ଶାସକ ଦଳ ବିଜେପିକୁ ଟକ୍କର ଦେବା ପାଇଁ ଇଣ୍ଡିଆ ମେଂଟ ଜୋରଦାର ପ୍ରସ୍ତୁତି ଚଳାଇଛି ।ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ବୈଠକରେ ଆଲୋଚନା ହେବ ।ଏହି ବୈଠକରେ ୧୪ଟି ଦଳର ନେତା ଏକାଠି ହେବେ । ଏହି ବୈଠକରେ ଆବାହକଙ୍କ ନାମ, ଆସନ ବୁଝାମଣା ଉପରେ ଆଲୋଚନା ହେବ ।ଏହି ବୈଠକରେ ସେମାନେ ଆସନ ବୁଝାମଣା, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ବୈଠକରେ ଆଲୋଚନା ହେବ ।ୟୁପି-ବିହାରଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଆସନ ବୁଝାମଣାକୁ ନେଇ ବିବାଦ ଲାଗି ରହିଛି । ଏହି ସମସ୍ୟାର ସମାଧାନ ପାଇଁ ଏହି ବୈଠକ ଡକାଯାଇଛି ।

ଅନ୍ୟପଟେ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବାକୁ ମନା କରିଦେଇଛନ୍ତି । ପଶ୍ଚିମବଙ୍ଗରେ କଂଗ୍ରେସ ୮ରୁ ୧୦ଟି ଆସନ ଦାବି କରୁଥିବା ବେଳେ ଟିଏମସି କଂଗ୍ରେସକୁ ୨ରୁ ଅଧିକ ଆସନ ଦେବାକୁ ଚାହୁଁନାହିଁ । ଏହାକୁ ନେଇ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବିବାଦ ଦେଖାଦେଇଛି ।ସେପଟେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି- ତାଙ୍କ ଦଳ ୨୫୫ ଆସନରେ ଲଢେଇ ଲାଗି ନିର୍ଣ୍ଣୟ କରିଛି । ଯଦି ୨୫୫ ଆସନରେ କଂଗ୍ରେସ ଲଢିବ ତେବେ ସ୍ବାଧୀନତା ପରେ ଏହା ହେବ ଦଳ ଲଢୁଥିବା ସବୁଠାରୁ କମ୍ ଆସନ ।

LEAVE A REPLY

Please enter your comment!
Please enter your name here