ବିପୁଳ ପରିମାଣର ଖଏର୍ କାଠ ଜବତଚାରୀ ଗିରଫ

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡା ବନବିଭାଗ କୁ ପୁଣି ମିଳିଛି ସଫଳତା । ବିପୁଳ ପରିମାଣର ଖଏର କାଠ ସହ ଚାରି ଜଣ କାଠ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଡିଏଫଓ ଅଜିଜ ଖାନ ଙ୍କ ନିର୍ଦ୍ଦେଶ ରେ ଗତ ଆଠ ତାରିଖ ଦିନ ଜିଲ୍ଲା ର ତିନିଗୋଟି ସ୍ଥାନ ଖଡ଼ିଆଳ ଓ କୋମନା ରେଞ୍ଜ ବନ କର୍ମଚାରୀ ଚଢାଉ କରିଥିଲେ । ପ୍ରଥମେ ଖଡ଼ିଆଳ ରେଞ୍ଜ ଉପରପିଟା ଓ କେନ୍ଦୁମୁଣ୍ଡା ଠାରେ ଚଢାଉ କରି ଦୁଇଗୋଟି ପିକ ଅପ ଭେନ୍ କୁ କାବୁ କରି ଜବତ କରିଥିଲା । ଗାଡ଼ି ରୁ ବିପୁଳ ପରିମାଣର କାଠ ଜବତ ହୋଇଥିଲା । ସେଠୁ ଚାରି ଜଣ କାଠ ମାଫିଆକୁ ଗିରଫ କରିବା ରେ ସଫଳ ହୋଇଥିବା ଖଡ଼ିଆଳ ଡିଏଫଓ ସୂଚନା ଦେଇଛନ୍ତି । ସେହିଭଳି କୋମନା ରେଞ୍ଜ ବିଜୁ ଏକ୍ସ ପ୍ରେସ ରାସ୍ତା ବିଶିବାହଲ ଗାଁ ନିକଟରୁ ଚଢାଉ କରି ଆହୁରି କାଠ ଜବତ କରିଥିବା ବେଳେ ମାଫିଆ ମାନେ ଫେରାର ହୋଇଯାଇଥିଲେ । ବର୍ତ୍ତମାନ ବନ ବିଭାଗ ୫୪.୮ କ୍ୟୁଣ୍ଟାଲ କାଠ ସହ ଦୁଇ ଗୋଟି ପିକ୍ ଅପ ଭେନ କୁ ଜବତ କରି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଅପରାଧୀ ଙ୍କୁ ଧରିବା ର ପ୍ରୟାସ ଜାରି ରଖିଥିବା ଡିଏଫଓ ଏକ ସାମ୍ବାଦିକ ସମ୍ମିଲନୀ ଜରିଆରେ ସୂଚନା ଦେଇଛନ୍ତି ।

ନୂଆପଡ଼ା ଜିଲ୍ଲା ବ୍ୟାପି ଅନେକ ମୂଲ୍ୟବାନ କାଠ ର ଭଣ୍ଡାର ଥିବା ବେଳେ ଏବେ ମାଫିଆ ଙ୍କ ନଜର ରେ ରହିଛି ଏହି କରିଡ଼ର । ଗତ ଦୁଇ ମାସ ମଧ୍ୟରେ କେବଳ ଖଏର୍ କାଠ ମାଫିଆ ଙ୍କ ଉପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଆଠ ରୁ ଦଶ ଜଣ ମାଫିଆ ଙ୍କୁ ଗିରଫ କରିଥିବା ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ବନ ବିଭାଗ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି l

LEAVE A REPLY

Please enter your comment!
Please enter your name here