ବିପ୍ଲବୀ ପରିକ୍ରମା ଡିଜିଟାଲ :- ଏପ୍ରିଲରୁ ସ୍କୁଲ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ । ପିଏମ ପୋଷଣ ଯୋଜନା ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷକ ତତ୍ତ୍ବ ଥିବା ମାଣ୍ଡିଆ ଲଡୁ ପ୍ରଦାନ କରାଯିବ । ଏପ୍ରିଲ ପହିଲାରୁ ସପ୍ତାହର ୩ ଦିନ ଅର୍ଥାତ୍ ସୋମବାର, ମଙ୍ଗଳବାର ଓ ଗୁରୁବାର ଏହି ପୁଷ୍ଟିକର ଲଡୁ ପ୍ରଦାନ କରାଯିବ । ଗୋଟିଏ ଲଡୁ ପିଛା ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । ସେଥିରୁ ସାମଗ୍ରୀ ବାବଦରେ ୩ଟଙ୍କା ୨୪ ଏବଂ ପ୍ରସ୍ତୁତି ପାଇଁ ୨୬ ପଇସା ଦିଆଯିବ । ମାଣ୍ଡିଆ ଚୁନା, ଗୁଡ଼, ଚିନାବାଦାମ, ଘିଅ, ଅଳେଇଚ, ରାଶି ଓ ଗୁଜୁରାତିରେ ଏହି ଲଡୁ ପ୍ରସ୍ତୁତ ହେବ । ପିଏମ ପୋଷଣ ଯୋଜନା ଅଧିନରେ ଆସୁଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ବ୍ୟବସ୍ଥା ଲାଗୁ କରାଯିବ ।