ରାତି ଅଧରେ ମାଙ୍ଗାନିଜ ଚୋରା ଚାଲାଣ 

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳର ବିଲେଇପଦା ସେକ୍ସନ ଅଧିନସ୍ଥ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଗତ ରାତିରେ ଏକ ପିକଅପରେ ପ୍ରାୟ ଏକ ଟନରୁ ଉର୍ଦ୍ଧ୍ବ ମାଙ୍ଗାନିଜ ପଥର ବୋଝେଇ କରି ଝାଡଖଣ୍ଡ ରାଜ୍ୟକୁ ଚୋରା ଚାଲାଣ କରୁଥିବା ବେଳେ ରାଇକା ନିକଟରେ ବନ ବିଭାଗର ପେଟ୍ରୋଲିଂ ହାବୁଡ଼ରେ ପଡି ଯାଇଛନ୍ତି ୩ ଜଣ ଅଭିଯୁକ୍ତ।

ସେଥି ମଧ୍ୟରୁ ଜଣେ ପିକଅପ୍ ଡ୍ରାଇଭର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯୋଡା ଥାନା କଳାପାହାଡ ଅଞ୍ଚଳର ବୋଲି ଜଣାପଡିଛି।

ବନବିଭାଗ ମାଙ୍ଗାନିଜ ବୋଝେଇ ପିକଅପ୍ ଜବତ୍ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here