ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ତଥା ବିଜେଡି ନେତା, ଭୁବନେଶ୍ବର ଲୋକସଭା ସାଂସଦ ପ୍ରାର୍ଥୀ ମନ୍ନଥ ରାଉତରାୟ ସୋମବାର ଭୁବନେଶ୍ବରର ଚନ୍ଦକା ନେଚର ରିସୋର୍ଟରେ ଦ୍ୱିତୀୟ ବିବାହ କରିଛନ୍ତି l ପ୍ରଥମ ବିବାହ ବିଚ୍ଛେଦ ହେବା ପରେ ଏବେ ସେ ଦ୍ବିତୀୟ ବିବାହ ଭୁବନେଶ୍ୱର ସ୍ଥିତ ପଟ୍ଟୀଆ ଅଂଚଳର ରୋଜାଲୀନ ପଟ୍ଟନାୟକ ନାମକ ମହିଳା ଯିଏ ମନ୍ମଥଙ୍କ ପ୍ରଥମ ସ୍ତ୍ରୀ ର ବାନ୍ଧବୀ,ତାଙ୍କୁ ଏବେ ମନ୍ମଥ ବିବାହ କରିଛନ୍ତି । ତେବେ ରୋଜାଲିନ ମୁମ୍ବାଇର ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରିଛନ୍ତି ।
ତେବେ ଏହି ବିବାହ ଉତ୍ସବକୁ ମନ୍ନଥ ଖୁବ କମ ଲୋକଙ୍କୁ ନିମନ୍ତ୍ରଣ କରିଥିବା ବେଳେ ବିବାହ ଉତ୍ସବ ର ଫଟୋ ଉଠାଇବା ପାଇଁ ସେ ସମସ୍ତଙ୍କୁ ବାରଣ କରିଥିଲେ। ଏହି ଉତ୍ସବରେ ବିଜେଡି କି କଂଗ୍ରେସର କେହି ମଧ୍ୟ ନେତା ଯୋଗଦେଇନଥିବା ସୂଚନା ମିଳିଛି l