ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେଡିରୁ ବହିଷ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବଢ଼ୁଛି ସସ୍ପେନ୍ସ। ୨୦୨୪ ସାଧାରଣ ନିର୍ବାଚନରେ ସେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ? ତାକୁ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ଯଦି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତାହା ହେଲେ କେଉଁ ଦଳରୁ ଲଢ଼ିବେ? ଏହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପିରେ ମିଶିବା ନେଇ ସେ ଆଜି ଇସାରା ଦେଇଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ପାଇଁ ମନମୋହନ, ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କିଛି ମାସ ହେଲା ଚର୍ଚ୍ଚା ହୋଇଆସୁଛି । ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଅନେକ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀଙ୍କୁ ପ୍ରଶଂସା କରିଛନ୍ତି। ଏସବୁ ଭିତରେ ଉଭୟ ନେତାଙ୍କ ଭେଟଘାଟ୍ ପୁଣିଥରେ ପ୍ରଦୀପଙ୍କ ପଦ୍ମ ଦଳରେ ସାମିଲ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।ଅନ୍ୟପଟେ ରାଜ୍ୟସଭା କ୍ଷେତ୍ରରେ ରିପିଟ୍ ହେଲା ୨୦୧୯ ଗଣିତ ।
୨୦୨୪ ପାଇଁ ସମାନ ଫର୍ମୁଲା ଆପଣାଇଲା ବିଜେଡି । ବିଜେଡି ପ୍ରାର୍ଥୀଙ୍କୁ ବିଜେଡି ପୁଣି କଲା ଦୃଢ଼ ସମର୍ଥନ । ୨୦୧୯ରେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଆଉ ସଂଖ୍ୟା ଗରିଷ୍ଠତା କାରଣରୁ ସମର୍ଥନ ଜଣାଇଥିଲା ବିଜେଡି । ଆଉ ଏବେ ଅର୍ଥାତ୍ ୨୦୨୪ ପାଇଁ ବିଜେପି ପୁଣି ଅଶ୍ୱିନୀଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିବାବେଳେ ବିଜେଡି ଏହାକୁ ସମର୍ଥନ ଜଣାଇଛି ।