ଦାୟିତ୍ୱ ନେଲେ ମନୋଜ ଆହୁଜା
ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା । ଲୋକସେବା ଭବନରେ ଦାୟିତ୍ୱ ନେଲେ ମନୋଜ ଆହୁଜା । ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର IAS ଅଫିସର୍ ହେଉଛନ୍ତି ମନୋଜ ଆହୁଜା ।ପ୍ରଦୀପ ଜେନାଙ୍କ ପରେ ମୁଖ୍ୟ ଶାସନ ସଚିବ ଭାବେ ୧୯୯୦ ବ୍ୟାଚର ଏହି ଆଇଏଏସ୍ ଅଧିକାରୀଙ୍କ ନାଁ ଉପରେ ମୋହର ମାରିଥିଲେ ରାଜ୍ୟ ସରକାର । ଓଡ଼ିଶା ଆସିବା ପୂର୍ବରୁ ଆହୁଜା କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ନିର୍ଦ୍ଦେଶକ ତଥା ସଚିବ ଭାବେ କାର୍ଯ୍ୟ କରୁଥିଲେ। ୧୯୯୦ ବ୍ୟାଚ ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ମନୋଜ ଆହୁଜା ।ପରବର୍ତି ମୁଖ୍ୟ ଶାସନ ସଚିବ ରେସରେ ଆଗରେ ରହିଥିଲେ । କିନ୍ତୁ ସବୁ ଚର୍ଚ୍ଚା ଭିତରେ, ବରିଷ୍ଠ, ଅଭିଜ୍ଞ ଏବଂ ଦକ୍ଷ ଭାବେ ମନୋଜ ଆହୁଜାଙ୍କ ନାମରେ ମୋହର ମାରିଛନ୍ତି ସରକାର ।
ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଛି । କିନ୍ତୁ ବିଜେପି କ୍ଷମତାକୁ ଆସିବା ପଛରେ ନିର୍ବାଚନରେ ଓଡିଆ ଅସ୍ମିତା ଗୋଟିଏ ପ୍ରମୁଖ ପ୍ରସଙ୍ଗ ହୋଇଥିଲା । ତେଣୁ ହରିୟାଣାର ମୂଳ ବାସିନ୍ଦା ହୋଇଥିବାରୁ ମନୋଜଙ୍କ ନିଯୁକ୍ତି କରାଯିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।