ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମହିଳା ମାଓବାଦୀ ଙ୍କ ଆତ୍ମସମର୍ପଣ ପରେ ମାଓ ସଙ୍ଗଠନକୁ ଲାଗିଲା ଏକ ବଡ଼ ଝଟକା l ଆଗଧାଡିର ମହିଳା କ୍ୟାଡର ମାଲକାନଗିରି ଏସପି ଙ୍କ ନିକଟରେ ଆତ୍ମସାମର୍ପଣ କରିଛି l ଆତ୍ମସାମର୍ପଣ କାରି ମାଓବାଦୀ ଜଣକ ହେଉଛନ୍ତି ରୋଶନୀ @ ଉଙ୍ଗୀ ମାଡଭି l ରୋଶନୀଙ୍କ ଘର ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ପୁତଦାଵ ବୋଲି ଜଣା ପଡିଛି l ସେ ମାଓସଂଗଠନରେ ୨୦୧୬ରେ ଯୋଗ ଦେଇଥିଲେ l ସଂଗଠନରେ ରହି ଛତିଶଗଡ଼ ଏବଂ ଓଡ଼ିଶାରେ ୨୧ରୁ ଉର୍ଦ୍ଧ ହିଂସା କାଣ୍ଡ ରେ ସାମିଲ ହୋଇଥିଲା I ଏଥିମଧ୍ୟରୁ ୧-୨୦୧୮ ମାଲକାନଗିରି ଜିଲ୍ଲାର ଦଳଦଳି ଏନକାଉଣ୍ଟର, ୨-୨୦୧୯ରେ ତେମୁରିପାଲି ପଞ୍ଚାୟତ ଗୃହ ବିସ୍ପୋରଣ ରେ ଛତିଶଗଡ଼ ଦରଭା ଗୁଳିକାଣ୍ଡ, ୪-୨୦୨୦ ରେ ତୁଳସୀ ଘାଟି ଏନକାଉଣ୍ଟର,୫-୨୦୨୦ରେ କିରମିତିଗ୍ରାମରେ ଗ୍ରାମବାସୀଙ୍କୁ ମାଡ଼ ମାରିବା ଘଟଣା,୬- ୨୦୨୦ରେ ତୁଳସୀ ଘାଟିରେ ଏନକାଉଣ୍ଟର ଯେଉଁଥିରେ ୩ଜଣ ମାଓବାଦୀ ମୃତ୍ୟୁ ବରଣ କରିଥିଲେ l ୭-୨୦୨୨ରେ ଦଳଦଳୀ ଗ୍ରାମର ଅନଦା ମାଢି ହତ୍ୟା ଘଟଣାରେ ସାମିଲ ରହିଥିଲେ l ମାଓ ସଂଗଠନର ମୁଖ୍ୟ ଆଦର୍ଶ ରୁ ଓହରି ସଦାଧରଣ ଲୋକଙ୍କୁ ଅତ୍ୟାଚାର କାରି ବିକାଶରେ ବାଧା ସୃଷ୍ଟି କରୁଛନ୍ତି l ମହିଳାଙ୍କୁ ଠିକ ଭାବରେ ସନମାନ ନାହିଁ l ଯେଉଁଭଳି ମାଓ ଦମନ ନେଇ ଜାରିରହିଛି ଏବଂ ରାଜ୍ୟ ସରକାଙ୍କ ମାଓବାଦୀ ଥଇଥାନ ନୀତିରେ ଆକୃଷ୍ଟ ହୋଇ ଆତ୍ମସାମର୍ପଣ କରିଥିଲେ ବୋଲି ଏସ ପି କହିଛନ୍ତି l ସରକାରଙ୍କ ଆତ୍ମସାମର୍ପଣ ନୀତି ଅନୁଯାଇ ଥଇଥାନ କରାଯିବ l ପଥ ଭ୍ରଷ୍ଟ ଯେଉଁମାନେ ବି ଅଛନ୍ତି ହିଂସାର ମାର୍ଗ ଛାଡି ମୁଖ୍ୟଶ୍ରୀତରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ମାଲକାନାଗିରି ଏସପି l