ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶେଷରେ ଦୀର୍ଘ ଦିନ ର ଅପେକ୍ଷା ର ଅନ୍ତ ଘଟିଛି । ନୂଆପଡ଼ା ଜିଲ୍ଲା ପ୍ରଶାସନ ବିଶେଷ କରି ଜିଲ୍ଲାପାଳ ଙ୍କ ବଳିଷ୍ଠ ଉଦ୍ୟମ ରେ ଦୀର୍ଘ ୧୨ ବର୍ଷ ଧରି ବନ୍ଦ ରହିଥିବା ମାରାଗୁଡା ମହୋତ୍ସବ ପୁଣି ଥରେ ଆରମ୍ଭ ହୋଇଛି । ଏଥି ପାଇଁ ସାରା ନୂଆପଡ଼ା ଜିଲ୍ଲା ଉତ୍ସବ ମୁଖର ହୋଇଥିବା ବେଳେ ଲୋକଙ୍କ ମଧ୍ୟ ରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।
ନୂଆପଡ଼ା ଜିଲ୍ଲା ର ଗର୍ବ ଓ ଗୌରବ,ଲୋକ ସଂସ୍କୃତି, ପରମ୍ପରା, ଐତିହ୍ୟକୁ ନେଇ ନୂଆପଡା ଜିଲ୍ଲା ସଦର ମହକୁମା ମିନି ଷ୍ଟାଡିୟମଠାରେ ପୁଣି ଥରେ ଦୀର୍ଘ ୧୨ବର୍ଷ ପରେ ମାରାଗୁଡା ଲୋକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଆୟୋଜିତ ମଶାଳ ଯାତ୍ରା ରେ ଉଭୟ ଜିଲ୍ଲାପାଳ ଓ ଏସପି ଙ୍କ ଢୋଲ ଓ ମୃଦଙ୍ଗ ବଜାଇବା ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଜିଲ୍ଲାବାସୀ ନାଚଗୀତ ନୂଆପଡ଼ା ସହର କୁ ରଙ୍ଗୀନ ଓ ବିଭୋର କରିଦେଇଛି । ଉଦଘାଟନୀ ସନ୍ଧ୍ୟାର ସାଂସ୍କୃତିକ ସଭା ରେ ଜିଲାପାଳ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ମୁଖ୍ୟଅତିଥି, ଜିଲା ଆରକ୍ଷୀ ଅଧୀକ୍ଷକ ରାଘବିନ୍ଦ୍ର ଗୁଡାଳା ରେଡ୍ଡୀ , ତାରେଶ୍ୱରୀ ସାହୁ, ଅବନୀ ରଞ୍ଜନ ଯୋଶୀ, ଶିକ୍ଷାବିତ ଓ ସାହିତ୍ୟିକ ମହେନ୍ଦ୍ର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର କୁଳପତି ପ୍ରାଧ୍ୟାପକ ପ୍ରସନ୍ନ ସ୍ବାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ମାରାଗୁଡା ମହୋତ୍ସବ ପୁରାଣ ଇତିହାସର ଗାଥା କହିବ ବୋଲି କହିଥିଲେ।
ମାରାଗୁଡ଼ା ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ କୁରୁମପୁରିର ମା’ ତାରିଣୀ ଶୁଆନାଚ, ପଲସଦା ସେବାଶ୍ରମ ଛାତ୍ରୀଛାତ୍ରଙ୍କ ଦ୍ୱାରା ସମ୍ବଲପୁରୀ ନାଚ, ବୋଡେନର ଆଦିବାସୀ ରାମକାଠି ନାଚ, ଟିଟିଲାଗଡ ଢାପ ଲୋକ ନୃତ୍ୟ, କୋରାପୁଟ କୋଟପାଡର ଢେମସା ପରିବେଷଣ କରାଯାଇଥିଲା। ପ୍ରଥମ ଦିନ ଦର୍ଶକ ସମ୍ବଲପୁରୀ ନାଚଗୀତରେ ଝୁମି ଉଠିଥିଲେ । ପରେ ପରେ ଅନ୍ତରା ଚକ୍ରବର୍ତୀ ଓ ସାଥି ଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ରେ ଦର୍ଶକ ବିଳମ୍ବିତ ରାତି ଯାଏ ବାନ୍ଧି ହୋଇ ରହିଥିଲେ ।
ପ୍ରଥମ ଦିନ ରୁ ହିଁ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ରେ ଭିଡ ପରିଲକ୍ଷିତ ହୋଇଛି । ଆଗାମୀ ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ରେ ଲକ୍ଷାଧିକ ଲୋକ ଙ୍କ ସମାଗମ ହେବାର ସମ୍ଭାବନା ଦେଖାଦେଇଛି । କୌଣସି କାରଣ ବସତଃ ବନ୍ଦ ହୋଇଥିବା ମାରାଗୁଡ଼ା ମହୋତ୍ସବ ପୁଣି ଉଠିଛି ଆଗାମୀ ଦିନ ରେ ଏହାର ବାର୍ତ୍ତା ବିଶ୍ଵ ଦରବାର କୁ ଯିବ ଓ ଏଠିକାର ଭାଇଚାରା ବଜାୟ ରହି ଅତିହ୍ୟ ପରମ୍ପରା , କଲା ସଂସ୍କୃତି ର ପୁନରୁଦ୍ଧାର ହୋଇ ପାରିବ ବୋଲି ଜିଲ୍ଲାପାଳ ଙ୍କ ସହ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।
ମାରାଗୁଡ଼ା ସଭ୍ୟତା ରେ ନାମିତ ନୂଆପଡ଼ା ମାରାଗୁଡା ମହୋତ୍ସବ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଙ୍କୁ ଏକ ଡୋରି ରେ ବାନ୍ଧି ରଖି ଏଠିକାର ଲୁକ୍କାୟିତ କଲା, ସଂସ୍କୃତି ଏତିହ୍ୟ କୁ ପୁନର୍ଜୀବିତ କରିବ ଏଥିରେ ଦ୍ଵିମତ ନାହିଁ । ଦୀର୍ଘ ୧୨ ବର୍ଷ ପରେ ଏଭଳି ଏକ ଚିନ୍ତାଧାରା ରଖି ନୂଆପଡ଼ା ମାରାଗୁଡ଼ା ର ନାମକୁ ଆଗକୁ ଆଣିଥିବା ର ପ୍ରୟାସ ନିଶ୍ଚିନ୍ତ ପ୍ରଶଂସନୀୟ ଏଥିପାଇଁ ଉଦ୍ୟମ କାରୀ ନିଶ୍ଚିନ୍ତ ଧନ୍ୟବାଦର ପାତ୍ର ।