ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ଅଡବା ଥାନା ପୋଲିସ କୁ ମିଳିଛି ବଡ଼ ସଫଳତା l ପେଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି l ଅଡବା ଥାନା କୁମ୍ଭାରପଦର – ରାମସିଂ ଗାଁ ନିକଟରେ ପେଟ୍ରୋଲିଂ କରୁଥିଲା ପୋଲିସ l ଏହି ସମୟରେ ଜଙ୍ଗଲ ରାସ୍ତା ମଝିରେ କିଛି ବ୍ୟକ୍ତି ବ୍ୟାଗ ସହ ଠିଆ ହୋଇଥିବା ଦେଖିଥିଲା ପୋଲିସ l ପୋଲିସ କୁ ଦେଖି ଲୋକମାନେ ଦୌଡ଼ିଥିଲେ, ସନ୍ଦେହ ରେ ବ୍ୟାଗ ଗୁଡିକ ଯାଞ୍ଚ କଲାବେଳେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା l ତେବେ ଦୁଇ ଜଣ ଅଭିଯୁକ୍ତ ଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ରାମସିଂ ଗାଁର ଅନନ୍ତ ମlଝି ଓ ଅସୀମ ମାଝୀ l ଜବତ ଗଞ୍ଜେଇ ର ଓଜନ ୧୦ କୁଇଣ୍ଟାଲ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୧ କୋଟି ରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି l