Massoud Pejeshkhian became the new president of Iran

0
Oplus_131072

ମସୁଦ ପେଜେସଖିଆନ ହେଲେ ଇରାନର ନୂଆ ରାଷ୍ଟ୍ରପତି

 

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପ୍ରତି ପକ୍ଷ ସଇଦ ଜଲିଲିଙ୍କୁ ହରାଇ ମସୁଦ ଇରାନର ର୍ାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଜଲିଲି ପ୍ରାୟ ୧୩ ମିଲିୟନ ଭୋଟ୍ ପାଇଥିବା ବେଳେ ମସୁଦ ୧୬ ମିଲିୟନରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ୬୯ ବର୍ଷିୟ ମସୁଦ ନେତା ସହ ଏକ ରାଜନୈତିକ ସଂସ୍କାରକ ଓ ହାର୍ଟ ସର୍ଜନ । ଉପ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିବା ମସୁଦ ଆଜି ଦେଶବାସୀଙ୍କ ମନ ଜିତି ପାରିଛନ୍ତି ।କିଏ ମସୁଦ ପେଜେସଖିଆନ? ଯିଏ ହେଲେ ଇରାନର ନୂଆ ରାଷ୍ଟ୍ରପତି l

ଲୋକ ମାନଙ୍କ ସହେଯୋଗ ଶ୍ରଦ୍ଧା ଓ ବିଶ୍ୱାସ ବିନା ଏହି ପଥରେ ଆଗକୁ କାର୍ଯ୍ୟ ଜାରି ରଖିବା ଅସମ୍ଭବ ଏଣୁ ଦେଶବାସୀଙ୍କ ସହଯୋଗ ଓ ଶୁଭେଚ୍ଛା କାମନା କରି ନିଜ ସୋସିଆଲମିଡିଆରେ ବାର୍ତ୍ତା ଦେଇଛନ୍ତି । ଲୋକ ମାନଙ୍କ ଆଡକୁ ହାତ ନେଇ ସେ ଶପଥ ଗ୍ରହଣ କରିବା ସହ ଲୋକ ମାନଙ୍କଠାରୁ ସବୁବେଳେ ସହଯୋଗ ପାଇଁ ଆଶା କରୁଥିବାର ଜଣାଇଛନ୍ତି । ଭୋଟ ଦେବା ପରେ ସେ ହିଜାବକୁ ନେଇ ମତ ରଖିଥିଲେ । ହିଜାବକୁ ସମସ୍ତେ ସମ୍ମାନ ଦେବା ଉଚିତ୍ କିନ୍ତୁ ହିଜାବ ପରିଧାନକୁ ନେଇ ମହିଳା ମାନଙ୍କ ସହ ଅମାନବିକ ଆଚରଣ ଆଦୌ ଗ୍ରହଣୀୟ ନୁହେଁ ।

ଜଲିଲି ନିଜ ପରାଜୟ ସ୍ୱୀକାର କରିବା ସହ ଜନତାଙ୍କ ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରିଛନ୍ତି ଓ ଆଗକୁ ବଢିବା ନିମନ୍ତେ ସମସ୍ତେ ସକରାତ୍ମକ ପ୍ରତିକ୍ରିୟା ରଖିବେ ବୋଲି ସେ ଏକ ଜାତୀୟ ଗଣମାଧ୍ୟମରେ ମତ ରଖିିଛନ୍ତି । ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅଭିବାଦନ ଜଣାଇବା ସହ ବଡ ବଡ ଦେଶର ଲିଡର ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here