ଆସନ୍ତା 20 ରୁ ମାଟ୍ରିକ ପରୀକ୍ଷା ଆରମ୍ଭ : ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :-  ଆସନ୍ତା ୨୦  ରୁ ମାଟ୍ରିକ ପରୀକ୍ଷା ଆରମ୍ଭ।ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯୟରେ।ବିଶେଷ କରି ଚଳିତବର୍ଷ ପରୀକ୍ଷା ପରିଚାଳନା ରେ ସୁଧାର ଓ ସଂସ୍କାର ଆଣିବା ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟର ରେ ଲଗାଯାଇଛି।ପ୍ରଥମ ଥର ପାଇଁ ଏ-ୱାନ ବେସଡ଼ ସିସିଟିଭି କ୍ୟାମେରା ବି ଅତି ସମ୍ବେଦନ ଶୀଳ କେନ୍ଦ୍ର ଗୁଡିକରେ ଲଗାଯାଇଛି।ଯାହାର କମାଣ୍ଡ କଣ୍ଟ୍ରୋଲ ରୁମ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ରେ ରହିଛି।ଆଜି ତାର ଡ୍ରାଏ ରନ ବୋର୍ଡ଼ରେ କରାଯାଉଛି।ବୋର୍ଡ କର୍ତ୍ତୃପକ୍ଷ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦ ଜଣ ଅବଜର୍ଭର ଏହି କମାଣ୍ଡ କଣ୍ଟ୍ରୋଲ ରୁମର ଦାଇତ୍ୱ ରେ ରହିଛନ୍ତି।ପରୀକ୍ଷାକୁ ଶୃଙ୍ଖଳିତ ପରିଚାଳନା ପାଇଁ ୩୦୪୭ ଟି ପରୀକ୍ଷା କେନ୍ଦ୍ରରେ ସି ସି କ୍ୟାମେରା କୁ ଲଗା ଯାଇଛି ।

ଏଥି ମଧ୍ୟରୁ ୬୦୦ ଟି ସମ୍ବେଦନଶୀଳ ଓ ବିଶେଷ ସମ୍ବେଦନଶୀଳ କେନ୍ଦ୍ର ମାନଙ୍କରେ ଏ ଆଇ କ୍ୟାମେରା ଲଗାଯାଇଥିବା ବେଳେ ଅନ୍ୟ ପରୀକ୍ଷା କେନ୍ଦ୍ର ମାନଙ୍କରେ ପାଖାପାଖି ୮ ରୁ ୧୦ ଟା କ୍ୟାମେରା ପ୍ରତ୍ୟେକ କେନ୍ଦ୍ର ରେ ଲଗାଯାଇଛି । ଏହା ସହ ବିଶେଷ କରି ପ୍ରତ୍ୟେକ ପରୀକ୍ଷାର୍ଥୀ ଓ ସ୍କୁଲ କର୍ମଚାରୀ ମାନଙ୍କର ପ୍ରତ୍ୟେକଟି ଗତିବିଧି କୁ ନଜର ରଖିବ ସିସି କ୍ୟାମେରା। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ୩୦୪୭ ଟି ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଦେବେ। ପ୍ରଶ୍ନ ପତ୍ର ରଖିବା ପାଇଁ ୩୧୭ ନୋଡାଲ ସେଣ୍ଟର କରାଯାଇଛି। ସକାଳ ୭.୩୦ ରେ ପରୀକ୍ଷା କେନ୍ଦ୍ରର ଗେଟ୍ ଖୋଲାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର କୁ ଛଡାଯିବ। ୮.୩୦ ସମୟରେ ପରୀକ୍ଷାର୍ଥୀ ମାନଙ୍କୁ ଓଏମ୍ଆର ସିଟ୍ ପ୍ରଦାନ କରାଯିବ।

ଚଳିତ ବର୍ଷ ପରୀକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୋବାଇଲ୍ ଧରି ପରୀକ୍ଷା ହଲ୍ କୁ ଯାଇ ପାରିବେ ନାହିଁ। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ବୋର୍ଡ ଉପ ସଭାପତି ନିହାର ରଞ୍ଜନ ମହାନ୍ତି।

LEAVE A REPLY

Please enter your comment!
Please enter your name here