ଆଜିଠୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା : ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା । ଏନେଇ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବୋର୍ଡ କର୍ତ୍ତୃପକ୍ଷ ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ରହିଛି । ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ଏବଂ କପି ରୋକିବାକୁ ବୋର୍ଡ କର୍ତ୍ତୃପକ୍ଷ ଏଥର କଠୋର ହୋଇଛି । ସେଣ୍ଟରଗୁଡିକ ଉପରେ ସିସିଟିଭି ଏବଂ AI ସହାୟତାରେ କଡା ନଜର ରଖିଛି ବୋର୍ଡ ।

Oplus_131072

ଏହି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ମଧ୍ୟ ଏକାସାଙ୍ଗରେ ହେବ । ଏଥିପାଇଁ ମୋଟ୍ ୩ହଜାର ୧୩୩ ପରୀକ୍ଷା କେନ୍ଦ୍ର ହୋଇଛି । ଚଳିତ ବର୍ଷ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରର ହଲ୍ ସିସିଟିଭି ଫୋକସରେ ରହିଥିବା ବେଳେ ଏଥିରେ ୨୮୬ଟି ସମ୍ବେଦଶୀଳ ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ୍ ସେଣ୍ଟରରେ ଭିଡିଓ ଲାଇଭ ହେବ ।

ଲାଇଭ୍ ଭିଡିଓର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ କରାଯାଇଛି ।ବାର୍ଷିକ ପରୀକ୍ଷାର ପ୍ରଥମ ଦିନରେ, ଛାତ୍ରଛାତ୍ରୀମାନେ ପ୍ରଥମ ଭାଷା ଓଡ଼ିଆ/ବଙ୍ଗଳା/ହିନ୍ଦୀ/ଉର୍ଦ୍ଦୁ/ତେଲୁଗୁ/ଇଂରାଜୀ ବିଷୟଗୁଡ଼ିକ ପାଇଁ ପରୀକ୍ଷା ଦେବେ।

Oplus_131072

ପରୀକ୍ଷାର୍ଥୀ ସକାଳ ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ପରୀକ୍ଷା ପୂର୍ବାହ୍ନ ୯ଟାଠାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ହେବ।

LEAVE A REPLY

Please enter your comment!
Please enter your name here