ଆଜି ଗୋଟିଏ ଦିନରେ ବଣ୍ଟନ ହୋଇଛି ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟର ବିଭିନ୍ନ ହାଇସ୍କୁଲରେ ଆଜି ଗୋଟିଏ ଦିନରେ ବଣ୍ଟନ ହୋଇଛି ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ସାର୍ଟିଫିକେଟ ପଛରେ ଦସ୍ତଖତ କରି ସାର୍ଟିଫିକେଟ ନେବାକୁ ନିର୍ଦ୍ଦେଶ ଦେଇଥିଲା ମାଧ୍ୟମିକ ଶିକ୍ଷା ପରିଷଦ।
ଗତ ମେ ୨୬ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶିତ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଡିଜିଟାଲ ସାର୍ଟିଫିକେଟ ଅନଲାଇନରେ ଯୋଗାଇ ଦେଇଥିଲା ବୋର୍ଡ । ବୋର୍ଡ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ସ୍କୁଲଗୁଡିକୁ ବୋର୍ଡର ସାର୍ଟିଫିକେଟ ଯୋଗାଇ ଦିଆଯାଇଛି । ଆଜି ରାଜ୍ୟର ୮୯୯୭ ଟି ସ୍କୁଲରେ ମାଟ୍ରିକ ସାର୍ଟିଫିକେଟ ଓ ମାଇଗ୍ରେସନ ସାର୍ଟିଫିକେଟ ବଣ୍ଟନ କରାଯାଇଛି । ଯେଉଁ ସ୍କୁଲରେ ଯଦି କୌଣସି ପରୀକ୍ଷାର୍ଥୀ ସାର୍ଟିଫିକେଟ ଗ୍ରହଣ କରି ନଥିବେ ତେବେ ସେ ଆଜି ସ୍କୁଲରୁ ସାର୍ଟିଫିକେଟ ପାଇବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।