ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରରେ ସିସିଟିଭି ର ବ୍ୟବସ୍ତା କରାଯାଇଛି। ମାଲକାନଗିରି ଜିଲ୍ଲାରେ ମୋଟ ୮୭୫୬ ପିଲାଏ ରେଗୁଲାର ରହିଥିବା ବେଳେ ଏକ୍ସ ରେଗୁଲାର ୨୯୬ ଛାତ୍ରଛାତ୍ରୀ ରହିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଆଜି ମାଟ୍ରିକ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି। ଛାତ୍ରଛାତ୍ରୀଙ୍କ ଭିତରେ ମାଟ୍ରିକ ପରୀକ୍ଷା ଦେବା ପାଇଁ ବେଶ୍ ଆଗ୍ରହ ସହିତ ଉତ୍ସାହ ଦେଖିବାକୁ ମିଳିଛି। ତେବେ କିଛିଟା ଚାପ ତଥା ଭୟ ମନ ଭିତରେ ରହିଥିବା କିଛି ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି। ସକାଳ ୯ଟା ରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ ମିନିଟ ରେ ଶେଷ ହେବ। ଆଜି ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ରହିଛି।

ଏ ହେଉଛି ମାଲକାନଗିରି ଜିଲ୍ଲା ସଦରମହକୁମା ସରକାରୀ ଉଚ୍ଚବିଦ୍ୟାଳୟର ଚିତ୍ର ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କିଭଳି ସୁରୁଖୁରୁରେ ପିଲାଏ ପରୀକ୍ଷା ଦେଇ ପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ସହ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ର ବ୍ୟବସ୍ତା କରାଯାଇଛି। ଏପରିକି ପରୀକ୍ଷା ପରିଚାଳକ ମାନଙ୍କୁ ଖାଲି ସୁପାରିଟେଣ୍ଡ କୁ ଛାଡି଼ ଦେଲେ ସମସ୍ତ ଙ୍କୁ ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ ମନା ରହିଛି। ଛାତ୍ରଛାତ୍ରୀଙ୍କ ଚାପମୁକ୍ତ ରହିବା ପାଇଁ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ କାଉନସେଲିଂ କରାଯାଇଛି। ଏପରିକି ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ତ୍ରୁଟିପୂର୍ଣ୍ଣ ଭାବରେ ତଥ ସୁରୁଖୁରୁରେ ପରୀକ୍ଷା ହେବାପାଇଁ ଅବ୍ଜରଭର ନିୟୋଜିତ କରାଯିବା ସହିତ ତ୍ରୀସ୍ତରୀୟ ସ୍କଡ ଗଠନ କରାଯାଇଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ୟ ରଞ୍ଜନ ତାଣ୍ଡି ପ୍ରକାଶ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here