ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ପାଞ୍ଚ ଦଫା ଦାବି ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖା ସାମ୍ବାଦିକ। ସାମ୍ବାଦିକ ମାନେ ଦେଶ ତଥା ସମାଜ ବ୍ୟବସ୍ଥାର ଜାଗ୍ରତ ପ୍ରହରୀ । ସେଥିପାଇଁ ଗଣ ମାଧ୍ୟମକୁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ତେବେ ସାମ୍ପ୍ରତିକ ସମୟରେ ସାମ୍ବାଦିକ ମାନଙ୍କର ସୁରକ୍ଷା ବ୍ୟବସ୍ଥା ବିପର୍ଣ୍ଣ ହେଉଥିବା ବେଳେ ସାମ୍ବାଦିକ ମାନଙ୍କର ବି ସୁରକ୍ଷା ଓ କଲ୍ୟାଣ ପାଇଁ ସ୍ୱତନ୍ତ୍ର ନିତି ପ୍ରଣୟନର ଆବଶ୍ୟତା ରହିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ୫ ଦଫା ଦାବି ଯଥା ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ , ଅନ୍ୟାନ୍ୟ ରାଜ୍ୟ ଭଳି ବୟସ୍କ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ, ଅଧିସ୍ବୀକୃତି କମିଟି ପୁନର୍ଗଠନ ଓ ବ୍ଲକ ଠାରୁ ରାଜ୍ୟ ପର୍ଯ୍ୟନ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ, ସ୍ଵାସ୍ଥ୍ୟ ବୀମା ଯୋଜନାରେ ପିତା-ମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ଵ ନିର୍ଭରଶୀଳ ସନ୍ତାନ-ସନ୍ତତି ମାନଙ୍କୁ ସାମିଲ୍ ଓ ପ୍ରେସ୍ ଏକାଡେମି ଗଠନ ଆଦି ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖା ତରଫରୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଦିଆଯାଇଥିଲା। ସରକାର ଯଦି ଦାବି ଗୁଡିକ ଉପରେ ଗୁରୁତ୍ୱ ନ ଦିଅନ୍ତି ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ପ୍ରକାଶ କରିଛନ୍ତି ସାମ୍ବାଦିକ ଗଣ l