ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଠଦଫା ଦାବୀକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ, ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର, କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ଭଂଜନଗର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ କାର୍ଯ୍ୟାଳୟ ପରିସରରେ, ସଭାପତି ସୁରେନ୍ଦ୍ରନାଥ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗଂଜାମ ଜିଲ୍ଲାର ୧୧ ଟି ବ୍ଳକ୍ ର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନ ନିକଟରେ ସ୍ମାରକ ପତ୍ର ପ୍ରଦାନ ପରେ, ଯଦି କୈାଣସି ସମାଧାନ କରାନଯାଏ, ତାହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ, ବୈଠକରେ ନିଷ୍ପତ୍ତି ହୋଇଥିଲା ।