ଗଜପତି ( ବିପ୍ଲବୀ ପରିକ୍ରମା ):- ଦଶଦଫା ଦାବି ପୂରଣ ନିମନ୍ତେ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅଙ୍ଗନବାଡି କର୍ମଚାରୀ ସଂଘ ଗଜପତି ଜିଲ୍ଲା ଶାଖାର ସଭାନେତ୍ରୀ ଅଞ୍ଜଳୀ ନାୟକ ଏବଂ ସମ୍ପାଦିକାଥିଲେ ପୁଷ୍ପାଞ୍ଜଳୀ ପଣ୍ଡାଙ୍କ ନେତୃତ୍ବରେ କର୍ମୀମାନେ ଉପସ୍ଥିତ ରହି ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଦାବି ପ୍ରମୁଖ ମଧ୍ୟରେ ଅଙ୍ଗନବାଡି କର୍ମଚାରୀଙ୍କ ସରକାରୀ କର୍ମଚାରୀ କରିବା ସହିତ ଜୀବିକା ମଜୁରୀ ପ୍ରଦାନ କରିବା, ଯେ ପର୍ଯ୍ୟନ୍ତ କର୍ମଚାରୀ ମାନ୍ୟତା ଦିଆଯାଇ ନାହିଁ ସେ ପର୍ଯ୍ୟନ୍ତ କର୍ମୀଙ୍କୁ ୧୮୦୦୦ ଓ ସହାୟିକାଙ୍କୁ ୯୦୦୦ ଟଙ୍କା ବେତନ ପ୍ରଦାନ କରିବା, ଯାଜପୁର ଗ୍ରାମର ଅଙ୍ଗନବାଡି କର୍ମୀଙ୍କୁ ପୁନଃନିଯୁକ୍ତି ପ୍ରଦାନ କରିବl l