ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଯନ୍ତ୍ରୀ ଗିରଫ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗିରଫ ହେଲେ କୋଟିପତି ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକ୍ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କୁ ଗିରଫ କଲା ଭିଜିଲାନ୍ସ । ଯାଞ୍ଚ ବେଳେ ସୁଶୀଲ ମିଳିଛି ଅମାପ ସମ୍ପତ୍ତି। ଭିଜିଲାନ୍ସ ଯାଞ୍ଚ ବେଳେ ଠାବ ହୋଇଛି ଏକ ବହୁତଳ କୋଠା, ଦୁଇଟି ଫ୍ଲାଟ, ୬ ଟି ବହୁମୁଲ୍ୟ ପ୍ଲଟ, ୧୨୬ ଗ୍ରାମର ସୁନା ଗହଣା ସହ ନଗଦ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା। ଏହା ସହିତ ଏକ କୋଟିର ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଜମା ଥିବା ଜବତ କରିଛି ଭିଜିଲାନ୍ସ। ଆଉ ୨ ଦିନ ପରେ ଅବସର ନେଇଥାନ୍ତେ ସୁଶୀଲ ପଣ୍ଡା।

LEAVE A REPLY

Please enter your comment!
Please enter your name here