ଅସରପା ବିକି କୋଟିପତି : ଅସରପା ଚାଷ ଦେଉଛି ଲକ୍ଷାଧିକ ଟଙ୍କା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦୁନିଆ ବହୁତ ଅଜବ ଜିନିଷ ଦେଖିବାକୁ ମିଳେ । ବିଶେଷ କରି ଅନେକ ସମୟ ଖାଦ୍ୟକୁ ନେଇ ବହୁତ ଅଦଭୁତ ଜିନିଷ ଦେଖିବାକୁ ମିଳେ । ସାଧାରଣତଃ ଆମେ ଖାଦ୍ୟରୁ ପ୍ରୋଟିନ ପାଇବା ପାଇଁ କ୍ଷୀର, ଅଣ୍ଡା, ମାଂସ, ମାଛ ଆଦି ଖାଇଥାଉ । କିନ୍ତୁ ଅନେକ ଥର ଆମେ ଏପରି ଖାଦ୍ୟ ଓ ପାନୀୟ ଜିନିଷ ଶୁଣିଥାଉ, ଯାହା ଆମ ପାଇଁ କଳ୍ପନା କରିବା ମଧ୍ୟ କଷ୍ଟକର ହୋଇଥାଏ । ଉଦାହରଣ ସ୍ୱରୂପ, ସାପ ଖାଇବା କିମ୍ବା କୀଟ ସ୍ନାକ୍ସ କରିବା । ଏହି କୀଟ ପତଙ୍ଗ ଗୁଡିକୁ ଖାଦ୍ୟ ରୂପେ ବ୍ୟବହାର କରାଯାଉଥିବାର ଏହାର ଚାଷ ମଧ୍ୟ କରାଯାଉଥିବା ଦେଖିବାକୁ ମିଳେ । ତେବେ ଏହାକୁ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ଲୋକେ । ଏଭଳି ଏକ ସ୍ଥାନ ରହିଛି ଯେଉଁଠି କୁକୁଡା ଓ ମାଛ ଭଳି ଏଠାରେ ଅସରପା ଚାଷ ମଧ୍ୟ କରାଯାଉଛି । ଏଠାରେ ହଜାର ହଜାର ସଂଖ୍ୟାର ଅସରପା ଚାଷ କରାଯାଏ । ଅସରପା ଚାଷ ବିଷୟରେ ଶୁଣିବା ଆଶ୍ଚର‌୍ୟ୍ୟ ଜନକ ହୋଇପାରେ, କିନ୍ତୁ ଚୀନ୍‌ବାସୀଙ୍କ ପାଇଁ ଏହା ଆମ ଦେଶରେ ମାଛ, କୁକୁଡ଼ା କିମ୍ବା ମହୁମାଛି ଭଳି ଲାଭଦାୟକ ବ୍ୟବସାୟ । ଅସରପାକୁ ଏଠାରେ ହଜାର ହଜାର ସଂଖ୍ୟାରେ ଚାଷ କରାଯାଏ । ସାଧାରଣତଃ ଅସରପାକୁ ଆମେ ଘରୁ ବାହାର କରିଦେଇଥାଉ ସୁରକ୍ଷା ଦୃଷ୍ଟିରୁ । କିନ୍ତୁ ଚାଇନାର ଲୋକମାନେ ଅସରପାକୁ ପ୍ରୋଟିନର ଏକ ସମୃଦ୍ଧ ଉତ୍ସ ବୋଲି ବିବେଚନା କରନ୍ତି ଓ ସେମାନେ ନିୟମିତ ଭାବରେ ସ୍ନାକ୍ସ କିମ୍ବା ସାଇଡ୍ ଡିସ୍ ଭାବରେ ଏହାକୁ ଖାଆନ୍ତି । କୌତୁହଳର ବିଷୟ ହେଉଛି ଏହା ପିଲାମାନଙ୍କୁ ମଧ୍ୟ ଖାଇବାକୁ ଦିଆଯାଏ ଓ ସେମାନେ ମଧ୍ୟ ଅସରପାର ସ୍ୱାଦକୁ ଉପଭୋଗ କରିବା ପରେ ଏହାକୁ ଆରାମରେ ଖାଆନ୍ତି । ଏପରିକି ବଜାରରେ ମଧ୍ୟ ଏହା ବହୁଳ ମାତ୍ରରେ ଉପଲବ୍ଧ ହୁଏ । ଅସରପାର ବିଭିନ୍ନ ପ୍ରକାରର ଆଇଟମ ପ୍ରସ୍ତୁତ କରାଯାଇ ଚାଇନା ବଜାରରେ ବିକ୍ରି ଦେଉଥିବାର ଦେଖିବାକୁ ମିଳେ ।

LEAVE A REPLY

Please enter your comment!
Please enter your name here