କରୋଡପତି ହେବେ ଲକ୍ଷପତି ଦିଦି : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆରମ୍ଭ ହୋଇଯାଇଛି ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ । ଗୁରୁବାର ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ୨୫ଟି ରାଜ୍ୟର ଲକ୍ଷପତି ଦିଦି ସାମିଲ ହୋଇଛନ୍ତି । ସାରା ଭାରତରୁ ଲକ୍ଷପତି ଦିଦି ମାନେ ଏକତ୍ରିତ ହୋଇ ନିଜର ସଫଳତାର କାହାଣୀ ବଖାଣିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ ।

ଏହି ଅବସରରେ ସ୍ବୟଂ ସହାୟକ ସହାୟକ ଗୋଷ୍ଠୀର ମହିଳାମାନେ ଆର୍ଥିକ କାର୍ଯ୍ୟକଳାପ ଜରିଆରେ ବାର୍ଷିକ ଏକ ଲକ୍ଷ ଟଙ୍କା ବା ଅଧିକ ରୋଜଗାର କରି ପାରୁଛନ୍ତି, ତାହା ଉପରେ ଆଲୋଚନା ହୋଇଥିଲା । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ୩ କୋଟି ଲକ୍ଷପତି ଦିଦିଙ୍କୁ ସଶକ୍ତ କରିବା ଏବଂ ମହିଳାଙ୍କୁ ଅଗ୍ରାଧିକାର କରିବା ଆଜିର କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ତେବେ ଏହାକୁ ନେଇ ପ୍ରଭାତୀ ପରିଡ଼ା କହିଛନ୍ତି,”ଲକ୍ଷପତି ଦିଦି ଆଗକୁ କରୋଡ଼ପତି ଦିଦି ଭାବେ ଆଖ୍ୟା ପାଇବେ । ଶିଳ୍ପପତି ଭାବେ ଗଣା ହେବେ । ଓଡ଼ିଶା ବର୍ଷକ ମଧ୍ୟରେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ସୃଷ୍ଟି କରିଛି । ଯେଉଁଥିପାଇଁ ସମଗ୍ର ଭାରତ ବର୍ଷରେ ଏକ ନମ୍ବର ରାଜ୍ୟର ଆଖ୍ୟା ପାଇଛୁ । ଲକ୍ଷପତି ଦିଦି ହେଉଛନ୍ତି ଓଡ଼ିଶାର ଅସଲ ଶକ୍ତି । ଭାରତର ଅର୍ଥନୀତି ଶଶକ୍ତ କରିବାରେ ଲକ୍ଷ ପତି ଦିଦି ମାନଙ୍କର ବଡ଼ ଭୂମିକା ରହିଛି । ଲକ୍ଷ ପତିରୁ କରୋଡ଼ ପତି ଆଡ଼କୁ ସମସ୍ତେ ବଢ଼ନ୍ତୁ, ଆମ ସରକାର ସମସ୍ତଙ୍କ ସହ ଅଛନ୍ତି ।”

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣରେ କହିଛନ୍ତି,”ମହିଳା ଶସକ୍ତିକରଣରେ ଓଡ଼ିଶା ମଡେଲ, ସାରା ଦେଶରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ୧ ନମ୍ବର । ଅନ୍ୟ ରାଜ୍ୟ ବି ଓଡ଼ିଶାକୁ ଅନୁସରଣ କରିବା ଉଚିତ୍ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଗସ୍ତ ସମୟରେ ମହିଳା ଶସକ୍ତିକରଣ ନେଇ ପ୍ରଧାନମନ୍ତ୍ରୀ ସହିତ ଆଲୋଚନା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବେଶ ପ୍ରଶଂସା କରିଛନ୍ତି । ଆଗକୁ ମହିଳାମାନେ କିପରି ଆଗକୁ ବଢ଼ିବେ ସେ ନେଇ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ର ମହିଳାଙ୍କ ସମ୍ମାନ ପ୍ରତି କେବେ ବି ଅଣଦେଖା କରି ନାହାଁନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି,”ମହିଳା ଶସକ୍ତିକରଣ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା । ମହିଳା ମାନଙ୍କୁ ଲକ୍ଷପତି ଦିଦି ସହିତ ରାଜନୀତିକ କ୍ଷେତ୍ର ପାଇଁ ବି ପଦକ୍ଷେପ ନିଆଯାଉଛି । ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ନେଇ ବିଲ ପାରିତ ହୋଇଛି । ଏଠାରେ ଉପସ୍ଥିତ ଥିବା ଅନେକ ଲକ୍ଷପତି ଦିଦି ଆଗାମୀ ୨୦୨୯ ନିର୍ବାଚନରେ ବିଧାୟକ ସାଂସଦ ହୋଇ ଯାଇଥିବେ ବୋଲି ଅନୁଭବ ହେଉଛି । “

LEAVE A REPLY

Please enter your comment!
Please enter your name here