ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରଙ୍ଗେଈଲୁଣ୍ଡା ବିମାନ ଘାଟି ପରିଦର୍ଶନ ସହ ସ୍ଥିତି ସମୀକ୍ଷା କରିଲେ ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା l ୭୫୦ ମିଟର ରନ ୱେ ରୁ ଏବେ ୯୦୦ ମିଟର ରନ ୱେ ବୃଦ୍ଧି ହେଉଛି l
ଏହାକୁ ୧୨୦୦ ମିଟର ରନ ୱେ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା. ମାର୍ଚ୍ଚ ମାସ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି ପୂର୍ତ୍ତ ବିଭାଗ ଏସ ଇ କହିଛନ୍ତି. ସେପଟେ ସ୍ଥାନୀୟ ଅଞ୍ଚଳର ସୁବିଧା, ଗମନା ଗମନ ପାଇଁ ଦୃଷ୍ଟି ଦିଆଯାଇ ରାସ୍ତାର ସୁବ୍ୟବସ୍ଥିତ କରାଯିବ. ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ସୁରକ୍ଷା, ଅଞ୍ଚଳବାସୀଙ୍କ ସୁବିଧା ଏବଂ ବିମାନ ଘାଟିର କାର୍ଯ୍ୟକ୍ଷମ ନେଇ ସମସ୍ଥ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି l