ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ତିନି ଦିନର ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ବୁଲୁଛନ୍ତି ପରିବହନ ମନ୍ତ୍ରୀ । ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗାଁକୁ ଗାଁ ବୁଲି ଚାଷ ଜମିର ସ୍ଥିତି ପରଖୁଛନ୍ତି ଓଡିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଚାଷ ଜମିର କ୍ଷୟକ୍ଷତି ଆକଳନ କରୁଛନ୍ତି ମନ୍ତ୍ରୀ । ଗୋପାଳପୁର ନିର୍ବାଚନମଣ୍ଡଳୀରେ ଗତ ତିନିଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷ ଅମଳ ସମୟରେ ଧାନ କ୍ଷୟକ୍ଷତି ଘଟିଛି।କିଛି ଜମିରେ ଧାନ ବିଡା ପଡି ରହିଥିବା ବେଳେ କିଛି ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଛି।ତେବେ ଏଭଳି ପରିସ୍ଥିତି ରେ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଛି।ତେବେ ଫସଲର ହୋଇଥିବା କ୍ଷୟକ୍ଷତିକୁ ନେଇ ଏକ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସ୍ଥିତି ଅନୁଧ୍ୟାନ କରିବା ସହିତ ସମସ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ । ସେ ଆଜି ସକାଳୁ ମନ୍ତ୍ରୀଡି, ଗୋଳନ୍ଥରା,କୋଳିଥିଗାଁ,ବଡ଼ କୁସସ୍ଥଳୀ, ହୁଗୁଳାପଟା, ଗୁରୁଣ୍ଠି, ବୋରିଗାଁ ସମେତ ବହୁ ଅଞ୍ଚଳ ବୁଲି ଦେଖିଥିଲେ ମନ୍ତ୍ରୀ ଶ୍ରୀ ଜେନା। ଏହି ଅବସରରେ ମନ୍ତ୍ରୀଙ୍କ ସହ କନିଷି ତହସିଲଦାର, ରଙ୍ଗେଇଲୁଣ୍ଡା ବ୍ଲକ କୃଷି ଅଧିକାରୀ ମାନେ ମଧ୍ୟ ସାମିଲ ହୋଇଥିଲେ।