ହଷ୍ଟେଲ ରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

0

ଉଦଳା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ହଷ୍ଟେଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଝିଅକୁ ସୁସ୍ଥ କରିବା ପାଇଁ ବାପାମାଆ କରୁଥିଲେ ଗୁଣିଗାରେଡିର ଚିକିତ୍ସା । ଉଦଳା ଅନ୍ଵେଷା ହଷ୍ଟେଲର ବାଲକୋନୀରୁ ମିଳିଛି ନାବାଳିକା ଅନ୍ତେବାସିନୀର ଝୁଲନ୍ତା ମୃତଦେହ। ହଷ୍ଟେଲରେ ରହିଥିବା ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ତନ୍ମୟୀ ମୁର୍ମୁ। ଗୁରୁବାର ହଷ୍ଟେଲରେ ଅଭିଭାବକ ବୈଠକ ଥିବା ବେଳେ ତନ୍ମୟୀଙ୍କ ପରିବାର ଲୋକେ ମଧ୍ୟ ସେହି ମିଟିଙ୍ଗ ଆସିଥିଲେ ଏବଂ ଅପରାହ୍ନ ୫ ଟା ରେ ଝିଅ ସହ କଥା ହୋଇ ଘରକୁ ଯାଇଥିଲେ। ହେଲେ ସନ୍ଧ୍ୟାରେ ପ୍ରାର୍ଥନା ସମୟରେ ସେ ଅନୁପସ୍ଥିତ ରହିଥିଲା। ଯାହାକି ତାକୁ ଖୋଜାଖୋଜି କରିବା ପରେ ତନ୍ମୟୀ ତୃତୀୟ ମହଲାର ବାଲକୋନୀରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଏ ନେଇ ତନ୍ମୟୀଙ୍କୁ ଦେଖିଥିବା ଛାତ୍ରୀ ଘଟଣା ବାବଦରେ ହଷ୍ଟେଲ ମେଟ୍ରୋନ ଙ୍କୁ କହିବା ପରେ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ନାବାଳିକା ଛାତ୍ରୀର ଝୁଲନ୍ତା ମୃତଦେହ ଦେଖି ପୋଲିସ କୁ ଖବର ଦେଇଥିଲେ। ଉଦଳା ପୋଲିସ ସହିତ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଖବର ପାଇ ଛାତ୍ରୀର ପରିବାର ଲୋକେ ଆସି ହଷ୍ଟେଲରେ ପହଞ୍ଚିଛନ୍ତି। ତେବେ ଝିଅର ଅନେକ ସମୟରେ ଦେହ ଅସୁସ୍ଥ ରହୁଥିବା ଏବଂ ବାତ ରୋଗ ବାହାରୁ ଥିବାରୁ ଡାକ୍ତର ଦେଖାଇବା ସହିତ ତାକୁ ଗୁଣି ଗାରେଡି ଚିକିତ୍ସା କରାଉଥିବା କହିଛନ୍ତି ମୃତକ ଛାତ୍ରୀର ମା ଏବଂ ବାପା। ଗୁଣି ଗାରେଡି କରି ଚିକିତ୍ସା କରାଇବା ପରେ ଝିଅ ସୁସ୍ଥ ଥିବା ବେଳେ ଆଜି ମଧ୍ୟ ଭଲରେ କଥା ହୋଇଥିଲା, ଝିଅ ଆତ୍ମହତ୍ୟା କରି ନ ପାରେ ବୋଲି କହିଛନ୍ତି ପରିବାର ଲୋକେ। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here