କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ସହରର ୟୁନିଅନ ବ୍ୟାଙ୍କ ନିକଟରେ ଛିଡା ହୋଇଥିବା ଏକ ଆଳୁ, ପିଆଜ ବୋଝେଇ ଟ୍ରକରେ ଗତ ରାତିରେ କିଛି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଛନ୍ତି। ପାଖରେ ଥିବା ଗୋଦାମରେ ଖାଲି କରିବାକୁ ଡ୍ରାଇଭର ଜଣକ ଟ୍ରକକୁ ଲଗାଇ ଗାଡି ଭିତରେ ଶୋଇ ପଡିଥିଲେ। ମାତ୍ର ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ଏହା ଜାଣି ଟ୍ରକ ଡ୍ରାଇଭର ଓ ହେଲପର ମିଶି ନିଆଁ ଲିଭାଇଥିଲେ। ଦୁର୍ବୃତ୍ତ ମାନେ ଲୁଟ କରିବାକୁ ଆସି କାହାରିକୁ ନ ପାଇ ଏହି କାଣ୍ଡ ଘଟାଇଥିବା ଆଶଙ୍କା କରା ଯାଉଥିବା ବେଳେ ଏପରି ଦୁର୍ବୃତ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।