ଦିଗପହଣ୍ଡି ( ବିପ୍ଲବୀ ପରିକ୍ରମା ):- ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣପୁର କୁଶପଡା ରାସ୍ତା ରେ ଥିବା ଏକ ସିମେଣ୍ଟ ଏଟା ଭାଟି ରେ ଜଣେ ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି।ଖବର ପ୍ରକାରେ ଏହି ରାସ୍ତା ଦେଇ ଯିବା ଆସିବା ବେଳେ ଦୁର୍ଗନ୍ଧ ହେବା କାରଣ ରୁ ଦିଗପହଣ୍ଡି ଥାନା କୁ ସ୍ଥାନୀୟ ଲୋକେ ଜଣେଇ ଥିଲେ।ପୋଲିସ ପହଞ୍ଚି ଦେଖିବା ବେଳକୁ ଏକ ପରିତ୍ୟକ୍ତ ଘରେ ଜଣେ ଯୁବତୀଙ୍କ ଉଲଙ୍ଘନ ଅବସ୍ଥାରେ ଶବ ଟି ପଡ଼ିରହିଛି।ଏହା ପରେ ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହାୟତା ରେ ତନା ଘନା କରିଥିଲା ପୋଲିସ ତଥାପି ଟେର ପାଇ ପାରିଲା ନାହିଁ।ଶେଷରେ ଦିଗପହଣ୍ଡି ତହସିଲଦାର ତଥା ମାଜିଷ୍ଟେଡ ଙ୍କ ସହାୟତା ରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ପଠାଇ ତଦନ୍ତ ଜାରି ରଖିଛି।ଯୁବତୀଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରି ନଥିବା ବେଳେ।ପୋଲିସ ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିବ ଯୁବତୀକୁ କେହି ଦୁଷ୍କର୍ମ ପରେ ହତ୍ୟା କରିଦେଇଛି।ଯୁବତୀ ଙ୍କ ବୟସ ପ୍ରାୟ ୨୫ ରୁ ୩୦ ବର୍ଷ ମଧ୍ୟ ରେ ହୋଇଥିବା ଅନୁମାନ କରାଯାଇଛି।