ବିପ୍ଲବୀ ପରିକ୍ରମା ବ୍ୟୁରୋ :-:ଗତ ୧୯୯୮-୨୦୦୯ ବିଜେଡି ବିଜେପି ମେଣ୍ଟ ସରକାର ହୋଇଥିଲା l ଏହାର ୧୫ ବର୍ଷ ପରେ ପୁଣି ଏହି ମେଣ୍ଟ ର ସମ୍ଭାବନା ରାଜନୀତି କରୁଥିବା ନେତା, କର୍ମୀ ଏବଂ ସମାଜରେ ରେ ଭିନ୍ନ ଏକ ବାତାବରଣ ସରସ୍ୱତୀ କରିଛି l ଗଞ୍ଜାମ ଜିଲ୍ଲା ରେ ସେତେବେଳେ ମୋଟ ୧୩ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ମାତ୍ର ଦୁଇ ଗୋଟି ଆସନ ବିଜେପି କୁ ଦେଇଥିବା ବେଳେ ୧୧ ଗୋଟି ଆସନ ରେ ବିଜୁ ଜନତା ଦଳ ବିଧାୟକ ପ୍ରାଥୀ ଦେଇ ମଇଦାନ କୁ ଓଲ୍ଲାଇଥିଲା l
ବର୍ତମାନ ବିହାର, ଆନ୍ଧ୍ରପ୍ରଦେଶ ପରେ ଓଡିଶା ରେ ଭାରତୀୟ ଜନତା ପାର୍ଟି ମେଣ୍ଟ କରିବାକୁ ସ୍ଥିର କରିଥିବା ଚର୍ଚା ହେଉଛି l କଂଗ୍ରେସ କୁ ମୂଳ ପୋଛ କରିବା ସହ ଓଡ଼ିଶାର ବୃହତର ବିକାଶ ଦୃଷ୍ଟି ରେ ମେଣ୍ଟ ହେଉଥିବା କହୁଛନ୍ତି ଅନେକ ନେତା l କିନ୍ତୁ କଂଗ୍ରେସ କହିଛି ଆଗରୁ କହୁଥିଲେ ବିଜେଡି ବିଜେପି ଲୁକାଣୀୟl ଅଘୋଷିତ ମେଣ୍ଟ କରିଥିଲେ ଏବେ ଭୋଟର ମାନେ ଶତ କଣ ଜାଣିଲା ପରେ ଘୋଷିତ ମେଣ୍ଟ କରିବାକୁ ଯାଉଛନ୍ତି l କିନ୍ତୁ କଂଗ୍ରେସ ଏହାର ଫାଇଦା ନେବ l ନଅ ଆସନରୁ ନବେ ଆସନ ପାଇଁ ଚେଷ୍ଟା କରିବ l