ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପିଜି ଡକ୍ଟର ଙ୍କୁ କିଛି ବରିଷ୍ଠ ଡାକ୍ତର ମାଡ ମାରିବା ଏବଂ ଶିଶୁ ବିଭାଗ ମୁଖ୍ୟଙ୍କୁ ଦୁବ୍ୟବହାର କରିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆକ୍ରମଣରେ ସଂପୂକୁ ଥିବା ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ୩ ଜଣ ସିନିୟର୍ ରେସିଡେଣ୍ଟଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ଜଣେ ପିଜି ଡାକ୍ତର ୬ ମାସ ପାଇଁ ହଷ୍ଟେଲ ମନା ହୋଇଛି।ଚାକିରିରୁ ବହିଷ୍କୃତ ହୋଇଥିବା ଡାକ୍ତର ହେଲେ ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ା. ପୁରୁଷୋତ୍ତମ ସ୍ବାଇଁ, ଏସଆର ଡ଼ା ଆର୍ଯ୍ୟାନ୍ କୁମାର ମହାନ୍ତି ଓ ଡ଼ା ଚିନ୍ମୟ ପ୍ରଧାନ ଏବଂ ଶଲ୍ୟ ଚିକିତ୍ସା ବିଭାଗର ଏସଆର ଡ଼ା ଯଶୋବନ୍ଧ ବିରା । ସେହିପରି ଅସ୍ଥିଶଲ୍ୟ ବିଭାଗ ଦ୍ବିତୀୟ ବର୍ଷ ପିଜି ଡା ପ୍ରୀୟଜିତ ସାହୁଙ୍କୁ ୬ ମାସ ହଷ୍ଟେଲ ବାରଣ କରାଯାଇଛି ।