ବିପ୍ଲବୀ ପରିକ୍ରମା ଡିଜିଟାଲ :- ଶିକ୍ଷକ ବଦଳି ପାଇଁ ସୁପାରିସ କରିପାରିବେ ବିଧାୟକ ଓ ସାଂସଦ । ଏନେଇ ଚିଠି ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଧାୟକ ଓ ସାଂସଦ ନିଜ ନିର୍ବାଚନ ମଣ୍ଡଳୀର ୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ । ତେବେ ଶିକ୍ଷକମାନଙ୍କୁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ବଦଳି ପାଇଁ ସୁପାରିସ କରିପାରିବେନି । ଏହା କେବଳ ନିଜ ଜିଲ୍ଲା ଭିତରେ ସୀମିତ ହୋଇ ରହିବ। ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନ୍ୟ ବ୍ଲକକୁ ବଦଳି ପାଇଁ ସୁପାରିଶ କରିପାରିବେ। ପୂର୍ବରୁ ୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବଦଳି ପାଇଁ ସୁପାରିଶ କରିବା ନେଇ ଥିଲା ପ୍ରସ୍ତାବ। ଏବେ ଏହି ସଂଖ୍ୟା ୧୫କୁ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଶିକ୍ଷକମାନଙ୍କର ଅତି ଆବଶ୍ୟକ ସ୍ଥଳେ ସୁପାରିଶ କରିପାରିବେ। ଏହା କେବଳ ଚଳିତ ଶିକ୍ଷା ବର୍ଷ ପାଇଁ କାର୍ୟ୍ୟକାରୀ ହେବ। ବଦଳି ସେସନ ବା ମେ’ ୧୫ରୁ ଜୁନ୍ ୧୬ ତାରିଖ ଭିତରେ ହିଁ ଆବେଦନ କରିପାରିବେ ବିଧାୟକ ଓ ସାଂସଦ।