ସୀମା ବିବାଦର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କଲେ ବିଧାୟକ 

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):: ଜିଲ୍ଲାରେ ଦିର୍ଘ ବର୍ଷ ଧରି ଲାଗି ରହିଥିବା ସମସ୍ୟା ମଧ୍ୟରୁ ଅନ୍ୟ ଏକ ବଡ ସମସ୍ୟା ହେଉଛି ସୀମା ବିବାଦ , ଯାହାକୁ ନେଇ ବିଭିନ୍ନ ସମୟରେ ସୀମାରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଛି କେବେ ଉଭୟ ସୀମାର ଗ୍ରାମବାସୀ ତ ଆଉକେବେ ଜନପ୍ରତିନିଧି ଆଉ କେତେବେଳେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ମଧ୍ୟ ମୁହାଁ ମୁହିଁ ହୋଇଛନ୍ତି। କିନ୍ତୁ ଏହାର ସ୍ଥାୟୀ ସମାଧାନ ପାଇଁ କେବେବି ପ୍ରଚେଷ୍ଟା କରାଯାଇନାହିଁ। ଫଳରେ ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗିରହିଛି । ହେଲେ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏସଙ୍କ୍ରାନ୍ତିୟ ବିଧାନସଭା ଗୃହ କମିଟିର ବୈଠକରେ ଯୋଗଦେଇ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ସୀମାକୁ ନେଇ ଲାଗିରହିଥିବା ବିବାଦ ଓ ତା’ର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟତଃ ଗଜପତି ଜିଲ୍ଲାର ରାୟଗଡ଼ ବ୍ଳକର ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଓ କଳିଙ୍ଗଦଳା ଏହି ଦୁଇଟି ଗ୍ରାମରେ ଉଭୟ ରାଜ୍ୟର ପ୍ରଶାସନିକ କାର୍ଯ୍ୟ ଜାରି ରହିଛି , ଆନ୍ଧ୍ର ଓ ଓଡ଼ିଶା ଉଭୟ ରାଜ୍ୟର ସରକାରି ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି। ସେହିଭଳି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ୬ ନମ୍ବର ଓ୍ବାର୍ଡର ଜଳ ନିଷ୍କାସନ ପାଇଁ ରହିଥିବା ନାଳ ଶେଷ ମୁଣ୍ଡରେ ଆନ୍ଧ୍ର ସୀମାନ୍ତ ରହିଥିବା ବେଳେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ନାଳକୁ ବନ୍ଦ କରି ରଖିଥିବାରୁ ସାଧାରଣ ବର୍ଷାରେ କୃତ୍ତିମ ବନ୍ୟା ପରିସ୍ଥିତି ଉପୁଜୁଥିବା ବେଳେ ବର୍ଷ ତମାମ ଜଳ ନିଷ୍କାସନ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ , ବିଗତ ଦିନରେ ତିନି ବର୍ଷ ପୁର୍ବେ ନାଳରେ ପଡି ଜଣେ ଛାତ୍ରର ମୃତ୍ୟୁ ହେବାର ମଧ୍ୟ ନଜର ରହିଛି, ତେଣୁ ଏସବୁର ସ୍ଥାୟୀ ସମାଧାନ ପାଇ ଦାବି ରଖିଛନ୍ତି ବିଧାୟକ ରୁପେଶ ପାଣିଗ୍ରାହୀ। ଯଥା ସମ୍ଭବ ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ବିଧାୟକ।

ସୁଚନା ଥାଉକି ଭୁବନେଶ୍ଵରରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସୀମାନ୍ତ ଅଞ୍ଚଳର ୧୫ରୁ ଉର୍ଦ୍ଧ୍ବ ବିଧାୟକ ଏବଂ ଉପ ମୁଖ୍ୟମନ୍ତ୍ରୀ , ରାଜସ୍ବ ମନ୍ତ୍ରୀ ଓ ବାଚସ୍ପତି ଉପସ୍ଥିତ ଥିଲେ। ସମସ୍ତ ବିଧାୟକ ନିଜ ନିଜ ଅଞ୍ଚଳର ସୀମାନ୍ତ ରାଜ୍ୟକୁ ନେଇ ଲାଗି ରହିଥିବା ବିବାଦ ଓ ତା’ର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିବା ସୁଚନା ଦେଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ।ତେବେ ପ୍ରଥମଥର ପାଇଁ ବିଧାନସଭାକୁ ଯାଇଥିବା ଯୁବ ବିଧାୟକଙ୍କ ଦିର୍ଘ ବର୍ଷର ସମସ୍ୟା ନେଇ ବଳିଷ୍ଠ ଉପସ୍ଥାପନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here