(ବିପ୍ଲବୀ ପରିକ୍ରମା ବ୍ୟୁରୋ);ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ମିଳିଲା ବଡ ଦାୟିତ୍ୱ ।ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି । ସେହିପରି ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି । ଉଭୟ ନେତାଙ୍କୁ ପର୍ଯ୍ୟବେପକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ପୂର୍ବରୁ ପ୍ରମିଳା ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲାର ପର୍ଯ୍ୟବେକ୍ଷକ ଥିଲେ । ତେବେ ବାଚସ୍ପତି ଭାବେ ପ୍ରମିଳା ଶପଥ ନେବା ପରେ ପ୍ରତାପଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି ଦଳ ।ଅନ୍ୟପଟେ ଦୀର୍ଘଦିନ ପରେ ସାଙ୍ଗଠନିକ ଦାୟିତ୍ୱ ପାଇଛନ୍ତି ସଞ୍ଜୟ ଦାସବର୍ମା । ପୂର୍ବରୁ ସଞ୍ଜୟ ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ ଦାୟିତ୍ୱ ପାଇଥିଲେ । କିନ୍ତୁ ଏବେ ପୁଣିଥରେ ସାଙ୍ଗଠନିକ କାର୍ଯ୍ୟକୁ ଫେରିଛନ୍ତି ସଞ୍ଜୟ । ନୂଆ ଦାୟିତ୍ୱ ପାଇବା ପରେ ସଞ୍ଜୟ କହିଛନ୍ତି, ପୂର୍ବରୁ ନବୀନ ପଟ୍ଟନାୟକ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ନିଷ୍ଠା ଓ ଆନ୍ତରିକତାର ସହ ନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି । ମୋ ଉପରେ ଭରସା ଓ ବିଶ୍ୱାସ ସହ ଆସ୍ଥା ପ୍ରକଟ କରିଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସଞ୍ଜୟ ।