ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଦୁଇଦିନିଆ ଗସ୍ତରେ ଆଜି ଓଡିଶା ଆସିବେ ମୋଦି । ୪ ଦିନ ପରେ ପୁଣି ଆସି ରାଜଧାନୀରେ କରିବେ ରୋଡ୍ ସୋ। ୨୪ ମହାସଂଗ୍ରାମରେ ପିଏମ୍ ମୋଦିଙ୍କ ଏକଦମ୍ ଫୋକସରେ ଓଡ଼ିଶା। ଥରେ ନୁହେଁ, ଆସନ୍ତା ୩୦ ତାରିଖ ଭିତରେ ୫ରୁ ୬ ଥର ଓଡ଼ିଶା ଆସି ଧୂଆଁଧାର ପ୍ରଚାର କରିବେ ପ୍ରଧାନମନ୍ତ୍ରୀ। ଏଥିପାଇଁ ଉତ୍ସାହିତ ରାଜ୍ୟ ବିଜେପି କ୍ୟାମ୍ପ। ଭୁବନେଶ୍ବରରୁ ନବରଙ୍ଗପୁର ଯାଏଁ ଉତ୍ସାହିତ ବିଜେପି ଶିବିର। ଓଡ଼ିଶାରେ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାରୁ ମୋଦିଙ୍କ ମନ୍ତ୍ର ବିଜେପି କର୍ମୀଙ୍କ ମଧ୍ୟରେ ଜୋସ୍ ଭରିବ।ଆଜି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ବରରେ ରାତ୍ରି ଯାପନ ପରେ ଆସନ୍ତାକାଲି ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଗସ୍ତରେ ଯିବେ। ସେଠାରେ ପ୍ରଧାନମନ୍ତ୍ରୀ ବିଶାଳ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର ସହର ଉପକଣ୍ଠ କନିଷିରେ ସାଧାରଣ ସଭାକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।
ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ରହିବେ ମୋଦି। ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଜିଲ୍ଲା ପ୍ରଶାସନ ଓ ପୋଲିସ୍ ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ଥିବା SPG ଗ୍ରୁପ୍ ଆଲୋଚନା କରିଛନ୍ତି।ଅନ୍ୟପଟେ ଏହି ଗସ୍ତର ମାତ୍ର ୩ ଦିନ ପରେ ପୁଣି ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ବେଳେ ପିଏମ୍ ଭୁବନେଶ୍ବରରେ ବିଶାଳ ରୋଡ୍ ସୋ କରିବା ସହ ୧୧ ତାରିଖରେ ବଲାଙ୍ଗିର ଯାଇ ସେଠି ମଧ୍ୟ ବିଶାଳ ଜନସଭାକୁ ସମ୍ବୋଧିତ କରିବେ।୧୯ ନିର୍ବାଚନ ଭଳି ରୋଡ୍ ସୋ କରି ମାହୋଲ୍ ବନେଇବେ ପ୍ରଧାନମନ୍ତ୍ରୀ। କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତାକାଲି ରାତି ପ୍ରାୟ ସାଢ଼େ 9ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିବେ।
ପରଦିନ ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତରେ ଯାଇ ଦୁଇ ଦୁଇଟି ବିଶାଳ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଏ ତ ଥିଲା ୫ ଓ ୬ ତାରିଖର ସିଡ୍ୟୁଲ୍। ଏହାର ମାତ୍ର ୩ ଦିନ ପରେ ଅର୍ଥାତ୍ ୧୦ ତାରିଖରେ ବି ପୁଣି ଆସିବେ ମୋଦି। ବର୍ତ୍ତମାନର ସାଂସଦ ତଥା ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ, ଏହି ଦିନ ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ୍ ସୋର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ଲକ୍ଷାଧିକ ଦଳୀୟ କର୍ମୀଙ୍କ ଗହଣରେ ବିଜେପି ସପକ୍ଷରେ ଜନତାଙ୍କୁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ।