ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦାନ କରି ପ୍ରଥମେ ଜୟ ଜଗନ୍ନାଥ, ଜୟ ବାବା ଲିଙ୍ଗ ରାଜଙ୍କ ନାମ ନେଇ ନିଜ ଭାଷଣ ଆରମ୍ଭ କରିଥିଲେ । ପ୍ରଥମେ “ଓଡିଶା ବାସୀଙ୍କୁ ନମସ୍କାର, ଜୁହାର କହିଲେ । ୨୦ ଜୁନ, ଆଜିର ଦିନ ବହୁତ ବିଶେଷ । ଆଜି ଓଡିଶାର ପ୍ରଥମ ବିଜେପି ସରାକର ସଫଳତାର ସହିତ ଏକ ବର୍ଷ ପୁରା କରିଛି । ଏହା କେବଳ ସରକାର ଏକ ବର୍ଷ ନୁହେଁ ସୁଶାସନର ବର୍ଷ । ଜନସେବା ଜନବିଶ୍ୱାସକୁ ସମର୍ପିତ । ଏହା ଓଡିଶାର କୋଟି କୋଟି ମତଦାତାଙ୍କ ବିଶ୍ୱାସର ଭାଜନ ହେବାର ସାନଦାର ବର୍ଷ,” ବୋଲି ଜନତା ମଇଦାନରୁ ସମ୍ବୋଧନ ଦେବା ସମୟରେ କହିଛନ୍ତି ମୋଦି ।”ମୁଁ ଓଡିଶାବାସୀଙ୍କୁ ଦୃଦୟରୁ ଅଭିନନ୍ଦନ କରୁଛି । ଓଡିଶା ବିକାଶକୁ ନୂଆ ଗତି ମିଳିଛି । ସାଥୀ ଗଣ ଓଡିଶା କେବଳ ଏକ ରାଜ୍ୟ ନୁହେଁ ଏହି ଓଡିଶା ଭାରତର ଗେଟ ଓ୍ବେ ।
ଓଡିଶା ଶହ ଶହ ବର୍ଷ ଧରି ଭାରତୀୟ ସଭ୍ୟତାକୁ ସଂସ୍କୃତିକୁ ସମୃଦ୍ଧ କରିଛି । ଗତ ଏକ ବର୍ଷ ଧରି ଓଡିଶାରେ ବିକାଶମନ୍ତ୍ରକୁ ପାଳନ କରିଛି ମୋହନ ସରକାର । ଏହି ମନ୍ତ୍ରରେ ଆଗକୁ ବଢୁଛି । ସାଥୀଗଣ ଏହା ସୁଃଖଦ ସଂଯୋଗ କି ଓଡିଶାର ବିଜେପି ସରକାର ଏକ ବର୍ଷ ପୂରଣ କରିଛି । ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଏକ ବର୍ଷ ସରକାର ପୂର୍ତ୍ତି ପାଳନ ହୋଇଛି,” କହିଛନ୍ତି ମୋଦି ।ମହାପ୍ରଭୁ ଆମ ପାଇଁ ଆରାଧ୍ୟ । ଆମ ପାଇଁ ରାଜନୀତି ଜୟ ବିଜୟର ଭାଷଣ ନୁହେଁ । ମୋହନ ସରାକରକୁ ପ୍ରଂଶସା କଲେ ମୋଦି । ଏଠାରେ ବିଜେପି ସରାକର ଆସିବା ପରେ ଶ୍ରୀମନ୍ଦିର ୪ ଦ୍ୱାରା ଖୋଲିଲା । ରତ୍ନଭଣ୍ଡାର ମଧ୍ୟ ଖୋଲା ଯାଇଛି କହିଛନ୍ତି ମୋଦି ।
ସେ ଆହୁରି କହିଛନ୍ତି ଯେ,୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି । ୨୦୪୭ ସୁଦ୍ଧା ରାଜ୍ୟର ଅର୍ଥନୀତି ହେବ ୧.୫ ଟ୍ରିଲିଅନ ଡଲାର । ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଆଜିଠାରୁ ଭିଜନ ଡକୁମେଣ୍ଟ ୨୦୩୬ ଓ ୨୦୪୭ କରି ଯୋଜନା ପ୍ରସ୍ତୁତ କରାଯାଇଛି । ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରାଜ୍ୟର ବିକଶିତ ଲକ୍ଷ୍ୟ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୩୬ ପାଇଁ ୩୬ଟି ପ୍ରମୁଖ କାର୍ଯ୍ୟ ଲାଗି ନିଷ୍ପତ୍ତି ନିଆଯାଇଛି । ୨୦୪୭ ସୁଦ୍ଧା ଭାରତରେ ଓଡ଼ିଶାରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିବ । ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ହବ୍ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୋହନ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବିକଶିତ ଓଡ଼ିଶା ସ୍ବପ୍ନ ପୂରଣ ହେବାକୁ ଯାଉଛି । ଏହା ସହ ସରକାରଙ୍କ ବର୍ଷକର ଉପଲବଧି ବଖାଣିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ବିକାଶ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି ।
ସମସ୍ତ ୩୦ ଜିଲ୍ଲା ଗସ୍ତ କରି ଲୋକଙ୍କ ଦୁଃଖ ବୁଝିଥିବା କହିଛନ୍ତି । ବର୍ଷକ ମଧ୍ୟରେ ରାଜ୍ୟରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଲକ୍ଷପତି ଦିଦି ସୃଷ୍ଟିରେ ସାରା ଦେଶରେ ପ୍ରଥମ ହୋଇପାରିଛି ଓଡ଼ିଶା । ଚାଷୀଙ୍କୁ ୮ ଶହ ଟଙ୍କା ବୋନସ ପ୍ରଦାନ କରାଯାଇଛି । ବିକଶିତ ଗାଁ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରାଯାଇଛି । ପୂର୍ବରୁ ବିଜେପି ସରକାରର ବର୍ଷପୂର୍ତ୍ତିରେ ଜୁନ ୧୦ ତାରିଖରେ ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।