ବିପ୍ଲବୀ ପରିକ୍ରମା ବ୍ୟୁରୋ :- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଅଭିଭାଷଣରେ କହିଛନ୍ତି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ ରେ ପରିଣତ କରିବା ଲକ୍ଷ୍ୟ ଉପରେ କାର୍ଯ୍ୟ କରୁଛୁ। ପୂର୍ବରୁ ସାମାଜିକ ନ୍ୟାୟ ଏକ ରାଜନୈତିକ କୌଶଳ ଥିଲା, କିନ୍ତୁ ଆମେ ଏହାକୁ ଗମ୍ଭୀରତାର ସହ ନେଇଛୁ । ଆମ ନୀତି ପରିବାରବାଦ, ଭ୍ରଷ୍ଟାଚାର ଉପରେ ଦୃଢ ପଦକ୍ଷେପ ନେଇଛୁ। ସମସ୍ତଙ୍କୁ ସୁଯୋଗ ଦେବାରେ ବିଶ୍ୱାସ ସହ ସାମାଜିକ ଅର୍ଥନୈତିକ ପରିବର୍ତ୍ତନର ଲକ୍ଷ୍ୟ ହାସଲ କରିବୁ। ୪ଟି ବଡ଼ ବର୍ଗ ହେଉଛି – ଗରିବ, ମହିଳା, ଯୁବକ ଓ ଅନ୍ନଦାତା। ଏହି ଚାରି ଜଣଙ୍କ ଆବଶ୍ୟକତା, କଲ୍ୟାଣ ଆମର ପ୍ରଥମ ପ୍ରାଥମିକତା ରହିଛି , ସେମାନଙ୍କ ସଶକ୍ତିକରଣ ଉପରେ ସରକାର ଗୁରୁତ୍ୱ ଦେଇଆସୁଛିନ୍ତି ।
ଆମେ ଗରିବଙ୍କ କଲ୍ୟାଣ, ସଶକ୍ତିକରଣରେ ବିଶ୍ୱାସ କରୁ । ବିକାଶ ପ୍ରକ୍ରିୟାରେ ଗରିବ ମାନେ ଅପରିହାର୍ଯ୍ୟ ଅଂଶୀଦାର ହେଲେ ବଡ଼ ଧରଣର ପରିବର୍ତ୍ତନ ଆସିଥାଏ। ସରକାର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଛନ୍ତି। ସିଧାସଳଖ ଟଙ୍କା ୩୪ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ଏପରି କରି ଦୁର୍ନୀତି କମାଇବା ସହିତ ମଧ୍ୟସ୍ଥିଙ୍କୁ ଏହି ପ୍ରକ୍ରିୟାରୁ ବାଦ୍ ଦିଆଯାଉଛି ।