ପୋଲସରା ( ବିପ୍ଲବୀ ପରିକ୍ରମା ):- ପୋଲସରା ଏନଏସି ସ୍ଥିତ କୋଣାର୍କ କଲ୍ୟାଣ ମଣ୍ଡପ ପରିସର ନିକଟରେ ମଙ୍ଗଳବାର ପୋଲସରା ବିଜେଡି ପକ୍ଷରୁ ଏନ ଏ ସି ସ୍ତରୀୟ ସାଙ୍ଗଠନିକ ବୈଠକ ବିଜେଡି ର ଯୁବସଂଗଠକ ଗୋପାଳକୃଷ୍ଣ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି | ଆସନ୍ତା ମାସ ୨୦ତାରିଖ ରେ ଆସିକା ସାଂସଦୀୟ ଓ ବିଧାନସଭା କ୍ଷେତ୍ର ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ |ଏହି ଅବସରରେ ଏନଏସି ର ବିଜେଡି କାର୍ଯ୍ୟକର୍ତ୍ତା, କର୍ମୀ ଓ ବିଜୁପ୍ରେମୀ ମାନଙ୍କୁ ନେଇ ବିଜେଡି ର ସାଙ୍ଗଠନିକ ହୋଇଛି |ପୋଲସରା ବିଧାନସଭା କ୍ଷେତ୍ର ର ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ସାଙ୍ଗଠନିକ ବୈଠକ ରେ ଯୋଗଦେଇ ବିଜେଡି ର ସଫଳ ଯୋଜନା କୁ ନେଇ ଆଲୋକ ପାତ କରିବା ସହ ମୋଦି ଗ୍ୟାରେଣ୍ଟି କୁ ନେଇ ବର୍ଷି ଥିଲେ, ସାଧାରଣ ଲୋକଙ୍କ ଜନଧନ ବ୍ୟାଙ୍କ ଆକାଉଣ୍ଟ ଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପଠାଯିବ ବୋଲି ମୋଦି ତାଙ୍କ ଅଭିଭାଷଣ ରେ କହିଥିଲେ, ଲୋକଙ୍କୁ ମିଳିଲା କି, ରୋଷେଇ ଗ୍ୟାସ ୪ ଶହ ଟଙ୍କାରୁ ୧୧ ସହ ୫୦ ଟଙ୍କା ରେ ପହଁଚିଛି, ଏ କଣ ମୋଦି ଗ୍ୟାରେଣ୍ଟି | ଏହିଭଳି ଅନେକ କଥା କହି ଶ୍ରୀକାନ୍ତ ସାହୁ ବର୍ଷୀଥିଲେ |

ଆଗାମୀ ନିର୍ବାଚନ ରେ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀନୀ ଙ୍କୁ ଶଙ୍ଖ ଚି଼ହ୍ନରେ ସୁଇଚ ଟିପି ବିପୁଳ ସଂଖ୍ୟା ରେ ବିଜୟୀ କରିବା ପାଇଁ ନିବେଦନ କରିଥିଲେ |ଆସିକା ସାଂସଦ ପ୍ରାର୍ଥୀନୀ ରଂଜିତା ସାହୁ ମଧ୍ୟ ବୈଠକ ରେ ଯୋଗଦେଇ ବିଜେଡିର ସଂଗଠନ ଉପରେ ଆଲୋକପାତ କରି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚି଼ହ୍ନ ରେ ସୁଇଚ ଟିପି ବିଜୟୀ କରିବା ପାଇଁ ଯୋଡହସ୍ତ ରେ ନିବେଦନ କରିଥିଲେ |ଏତଦବ୍ୟତୀତ ଏନ ଏ ସି ର ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ମହିଳା ନେତ୍ରୀ କନକ ରାଉତ, ଦୁର୍ଯ୍ୟୋଧନ ସାହୁ, ମୋତିରାମ ସାହୁ, ଗୋପାଳ କୃଷ୍ଣ ସାହାଣୀ,ଏନ ଏ ସି ଅଧକ୍ଷା ସଂଗୀତା ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ବିଜେଡିକୁ ଅଧିକ ମାତ୍ରାରେ ସଂଗଠିତ କରି ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ହାତ ମୁଠାକୁ ଟାଣ କରି ବିଜୟୀ କରିବା ପାଇଁ ନିବେଦନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ଏନଏସି ର ଉପାଧ୍ୟକ୍ଷ ସନ୍ତୋଷ ବେହେରା,ନଗରବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ସମ୍ପାଦକ, ବିଜେଡି ର ସମସ୍ତ କାର୍ଯ୍ୟକର୍ତ୍ତା ସମେତ ସମସ୍ତ କାଉନସିଲର, ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ |