ହ୍ବାଇଟ ହାଉସରେ ମୋଦି-ଟ୍ରମ୍ପ ଙ୍କ ଭେଟଘାଟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଫ୍ରାନ୍ସ ଗସ୍ତ ସାରି ୨ ଦିନିଆ ଆମେରିକା ଗସ୍ତ କରିଥିଲେ । ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଛି । ମୋଦି, ଟ୍ରମ୍ପଙ୍କୁ ସାକ୍ଷାତ କରିବା ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଭାରତ ଏବଂ ଆମେରିକା ପ୍ରତିରକ୍ଷା, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସେମାନଙ୍କର ରଣନୈତିକ ସମ୍ପର୍କକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାରସ୍ପରିକ ସହମତିରେ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ବିକାଶ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି । ସେପଟେ ମୋଦିଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ୱାଶିଂଟନ୍ କୋଟି କୋଟି ଡଲାରର ସାମରିକ ଯୋଗାଣ ବୃଦ୍ଧି କରିବା ସହିତ ନୂଆଦିଲ୍ଲୀକୁ F-35 ଲଢ଼ୁଆ ବିମାନ ଯୋଗାଇବା ପାଇଁ ପଥ ପ୍ରଶସ୍ତ କରୁଛି । ଆମେରିକାର ରାଷ୍ଟ୍ରପତି ଭାବରେ ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ଗୁରୁବାର ହ୍ବାଇଟ୍ ହାଉସରେ ଏହି ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଆଲିଙ୍ଗନ କରି ଉଭୟ ନେତା ପରସ୍ପରକୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରମ୍ପ କହିଥିଲେ, ‘ଆମେ ତୁମକୁ ବହୁତ ମନେ ପକାଉଥିଲୁ’ । ତେବେ ପ୍ରଧାନମନ୍ତ୍ରୀ ମୋଦି ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ସାକ୍ଷାତ କରି ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଆଞ୍ଚଳିକ, ଦ୍ବିପାକ୍ଷିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ଉଭୟ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here