ଜୁନ ୧୨ ନୁହଁ ୨୦ ରେ ଆସିବେ ମୋଦୀ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ତାରିଖ । ଆସନ୍ତା ଜୁନ୍‌ ୧୨ ତାରିଖ ନୁହଁ ବରଂ ଜୁନ୍‌ ୨୦ ରେ ଓଡ଼ିଶା ଗସ୍ତରେ ଆସିବେ ମୋଦି । ମୋହନ ସରକାରକୁ ବର୍ଷେ ପୂରଣ ନେଇ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ହେବ ସାମିଲ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗଣ ଏବଂ ଖାଉଟି କଲ୍ୟାଣ କୃଷ୍ଣଚନ୍ଦ୍ର ପାତ୍ର । ବିଜେପି ସରକାରକୁ ବର୍ଷେ ପୂରଣ ଅବସରରେ ଜୁନ୍‌ ୨୦ରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଯେଉଁଥିରେ ଲକ୍ଷାଧିକ ଲୋକ ସାମିଲ ହେବେ । କିନ୍ତୁ କେଉଁ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଭୁବନେଶ୍ୱର ଜନତା ମଇଦାନ ନଚେତ ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହ । ଖାଦ୍ୟ ଯୋଗଣ ଏବଂ ଖାଉଟି କଲ୍ୟାଣ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ରେ ଆସିବାର ଥିଲା, କିନ୍ତୁ ସେ ୨୦ ତାରିଖରେ ଆସିବେ । ସେହି ଦିନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ । କେଉଁ ସ୍ଥାନରେ ତାହା ହେବ ସେନେଇ ସ୍ଥିର ହୋଇନାହିଁ । ଲକ୍ଷାଧିକ ଲୋକେ ବିରାଟ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଜେପି ସରକାରରେ ଗୋଟିଏ ବର୍ଷ ପୂରଣ ହେବ । ସେହି କାର୍ଯ୍ୟକ୍ରମରେ ଆମେ ରିପୋର୍ଟକାର୍ଡ ଦେବୁ । ” ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି,” ୨୦ ତାରିଖରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ହେବ । ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସାମିଲ ହେବେ । କେଉଁ ସ୍ଥାନରେ ହେବ, କାର୍ଯ୍ୟକ୍ରମ କିପରି ହେବେ ସେନେଇ ବିସ୍ତୃତ ଭାବେ ଆଲୋଚନା ଚାଲିଛି । ୧୩ ତାରିଖରେ ମହିଳା ସମାବେଶ, ୧୮ ତାରିଖରେ ଜନଜାତି ଲୋକଙ୍କ ସମାବେଶ, ୧୯ ତାରିଖରେ କୃଷକ ମାନଙ୍କର ଓ ୨୧ ରେ ଯୁବକ ମାନଙ୍କର ଏକତା କରାଯିବ । ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଆସିବେ । ସେନେଇ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯିବ । “

LEAVE A REPLY

Please enter your comment!
Please enter your name here