ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସେହି ସମୟ ଆସିବାକୁ ଯାଉଛି ଯେବେ ତୃତୀୟ ପାଇଁ ପ୍ରଧାନମନ୍ତ୍ରୀଭାବେ ଶପଥ ନେବେ ଏନଡିଏ ନେତା ନରେନ୍ଦ୍ର ମୋଦୀ । ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ନେବେ ମୋଦୀ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦୀ । ମୋଦୀ ସରକାର’ର ତୃତୀୟ ପାଳିର ଆରମ୍ଭ ହେବାକୁ ଯାଉଛି । ସରକାର ଗଠନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାବିପତ୍ର ଦେଇଛି ଏନଡିଏ । ସମର୍ଥକ ସାଂସଦଙ୍କ ଏକ ତାଲିକା ଦେବା ସହ ସରକାର ଗଠନ ପାଇଁ ଦାବି କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତିଙ୍କ ସହ ଏକ ସୌଜନ୍ୟମୂଲକ ସାକ୍ଷାତ ମଧ୍ୟ କରିଛନ୍ତି । ଆଉ ଏହି ସବୁ ପ୍ରକିୟା ଭିତରେ ଆସନ୍ତା ୯ ତାରିଖରେ ହେବ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ।
ତେବେ ଏହା ପୂର୍ବରୁ ଏନଡିଏ’ର ସଂଦୀୟ ଦଳ ନେତା ଭାବେ ମୋଦୀଙ୍କ ନାଁ ନିର୍ବାଚିତ ହୋଇଛି । ଏଥିପାଇଁ ସମସ୍ତ ଦଳକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ଦେଶର ବିକାଶକୁ ତ୍ୱରାନିତ କରିବାକୁ ଏହି ବୈଠକରେ ମୋଦି ନିଜ ପ୍ରତିଶ୍ରୁତିକୁ ଦୋହରାଇଥିଲେ ।ନିଜର ଏକଘଂଟାରୁ ଅଧିକ ସମୟ ଧରି ଅଭିଭାଷଣରେ ମୋଦୀ ଅର୍ନ୍ତଜାତୀୟ ସ୍ତରରେ ଗତ ୧୦ବର୍ଷ ଧରି ଭାରତର ନିରନ୍ତର ଭାଗିଧାରୀକୁ ଉଲ୍ଲେଖ କରିଥିଲେ । ସେହିଭଳି ପ୍ରତ୍ୟେକସ୍ତରରେ ସର୍ବସମ୍ମତି ଆଣିବାକୁ ମୋଦୀ ଗୁରୁତ୍ୱ ଦେଇଥିଲେ । ମାତ୍ର ନିଜର ଚିରାଚରିତ ଢ଼ଙ୍ଗରେ କଂଗ୍ରେସର ବର୍ଦ୍ଧିତ ଆସନକୁ କଟାକ୍ଷ କରିଥିଲେ l