ମୋଦିଙ୍କ ଦାକ୍ଷିଣାତ୍ୟ ଅଭିଯାନ : ତାମିଲନାଡୁରେ ହେଲା BJP-PMK ମେଣ୍ଟ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନ ବିଗୁଲ ବାଜିସାରିଛି l ରାଜନୈତିକ ଦଳମାନଙ୍କ କସରତ ମଧ୍ୟ ଜୋରଦାର ହୋଇଛି । ଏହା ଭିତରେ ମିଶନ ୪୦୦ ଟାର୍ଗେଟ ପୂରା କରିବାକୁ ବିଜେପି ଏଥରକ ଦକ୍ଷିଣ ଭାରତ ଉପରେ ଅଧିକ ଫୋକସ କରୁଛି । ଦାକ୍ଷିଣାତ୍ୟ ଅଭିଯାନରେ ବିଜେପିକୁ ଆଉ ଏକ ସଫଳତା। ଆଉ ଏକ ସହଯୋଗୀ ପାଇଛି ବିଜେପି। ତାମିଲନାଡୁର PMK ସହିତ ମେଣ୍ଟ କରିଛି କରିଛି ବିଜେପି। ଆଗରୁ ଦିଲ୍ଲୀ ପାଇଁ ବିଜେପି-ପିଏମକେ ମେଣ୍ଟ ଥିଲା। ଏବେ ତାମିଲନାଡୁରେ ମଧ୍ୟ ସେହି ମେଣ୍ଟ ହେବ। ୬୦ ବର୍ଷ ହେଲା ଅନେକ ଦଳ ତାମିଲନାଡୁରେ ଶାସନ କରି ରାଜ୍ୟକୁ ବରବାଦ କରିଛନ୍ତି। ଏବେ ନୂଆ ଯୁଗର ଆରମ୍ଭ ହେବ।

ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ପରିବର୍ତ୍ତନ ନିଶ୍ଚିତ ହେବ। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାରୁ କେହି ମୋଦିଙ୍କୁ ରୋକି ପାରିବେନି ବୋଲି କହିଛନ୍ତି ରାମଦୋସ।ତେବେ ତାମିଲନାଡୁ ଲୋକସଭା ନିର୍ବାଚନ ପାଇଁ ପିଏମକେକୁ ୧୦ଟି ଲୋକସଭା ଆସନ ଦେଇଛି ବିଜେପି । ଲୋକସଭା ନିର୍ବାଚନ ପରେ ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ମଧ୍ୟ ଜିତିବୁ ବୋଲି ମଧ୍ୟ କହିଛନ୍ତି ପିଏମକେ ମୁଖ୍ୟ ଅମ୍ବୁମଣି ରାମଦୋସ।ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଥ୍ ମିଶନ ଜାରି ରହିଛି।

ତିନି ଦିନ ଧରି ଦକ୍ଷିଣ ଭାରତର ସବୁ ରାଜ୍ୟରେ ନିର୍ବାଚନୀ ରାଲି କରିଛନ୍ତି ମୋଦି। ଆଜି କେରଳ ଯାଇ ପଲକ୍କଡରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ଏଥିସହିତ ଆଜି ତାମିଲନାଡ଼ୁର ସାଲେମରେ ମଧ୍ୟ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଗତକାଲି ଗୋଟିଏ ଦିନରେ ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁରେ ସଧାରଣ ସଭା କରି ଜନସମ୍ଭୋଧନ କରିଥିଲେ ଦଳର ସବୁଠୁ ବଡ଼ ଷ୍ଟାର କ୍ୟାମ୍ପେନର।

LEAVE A REPLY

Please enter your comment!
Please enter your name here