ମୋହନ ସରକାରକୁ ପୁରିଲା ୬ ମାସ : ପୂରଣ ହୋଇପାରୁନି ଦେଇଥିବା ପ୍ରତିଶୃତି

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜୁନ୍ ୧୨ ତାରିଖ,ଠିକ୍ ୬ ମାସ ତଳେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ଏକାକୀ ଗଢିଥିଲା ସରକାର। ଆଉ ଏଇ ୬ ମାସରେ ଅନେକ ପ୍ରତିଶ୍ରୁତି ପୂରଣ କରିଛି ମୋହନ ସରକାର। ଆଉ କିଛି ଏବେ ବି ପ୍ରତିଶ୍ରୁତି ହୋଇ ରହିଛି। ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର,ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା, ରତ୍ନ ଭଣ୍ଡାର ସହ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ନିଷ୍ପତ୍ତି ପୂରଣ ହୋଇସାରିଛି। ସେପଟେ ଡବଲ୍ ଇଞ୍ଜିନ ସରକାର ଆସିବା ପରେ ବିଶ୍ୱ ଦରବାରରେ ଓଡ଼ିଶାକୁ ମିଳିଛି ଏକ୍ସପୋଜ୍। ପ୍ରଥମ ଥର ପାଇଁ ଓଡ଼ିଶାରେ ନୌସେନା ଦିବସ ସମାରୋହ ସହ ଡିଜି ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଛି l ଏହାରି ଭିତରେ କିନ୍ତୁ ସରକାରଙ୍କୁ ଅଣନିଶ୍ୱାସୀ କରିଛି ଦରଦାମ୍ ବୃଦ୍ଧି।

ଆଳୁ ଦର ବେ-ଲଗାମ ହୋଇଛି। ଧାନକିଣାରେ ଟୋକନ ସମସ୍ୟା ବି ଅଳ୍ପ ବହୁତେ ସରକାରଙ୍କ ପାଇଁ ଟେନସନ ସାଜିଛି। ଅନ୍ୟପକ୍ଷରେ ଏବେ ବି ଅନେକ ପ୍ରତିଶ୍ରୁତି ଉପରେ କାମ ଆରମ୍ଭ ହୋଇନି। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ, ଭତ୍ତା ବୃଦ୍ଧି, ଆୟୁଷ୍ମାନ ଭାରତ ଯୋଜନା ଲାଗୁ ଭଳି ପ୍ରତିଶ୍ରୁତି ଏବେ ବି ପାଇପ ଲାଇନରେ ରହିଛି। ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

 

ଏଣେ ନିର୍ବାଚନ ପୂର୍ବରୁ ନବୀନ ସରକାର ବିରୋଧରେ ବିଜେପି ଆଣିଥିବା ୬୦ ପୃଷ୍ଠାର ଚାର୍ଜଫ୍ରେମ ଏବଂ ନବୀନ ସରକାରଙ୍କ ୨୪ ବର୍ଷର ଦୁର୍ନୀତି ପେଡି ଖୋଲିବାରେ ମୋହନ ସରକାର ବିଫଳ ହୋଇଥିବା କୁହାଯାଉଛି। ଚିଟ୍‌ଫଣ୍ତ ଦୁର୍ନୀତି, ବ୍ଲାକରୋଜ ବୁଡ଼ି, ଖଣି ଦୁର୍ନୀତି, 5T ସ୍କୁଲ ଦୁର୍ନୀତି, ବିଜୁଳି ଦୁର୍ନୀତି, ପୂର୍ବ ସରକାରଙ୍କ ଅଣ ଓଡିଆ ଠିକାଦାର ପ୍ରୀତି ଏମିତି କି ସରକାରୀ କଳକୁ ହାଇଜାକ୍, ଦୁର୍ନୀତିକୁ ପ୍ରୋତ୍ସାହନ ଏବଂ ପଲିଟିକାଲ ଲଞ୍ଚିଂ ପାଇଁ ରାଜକୋଷର ଅପବ୍ୟବହାରକୁ ନେଇ ପାଣ୍ଡିଆନଙ୍କ ବିରୋଧରେ ବି ଚାର୍ଜଫ୍ରେମ କରିଥିଲା ବିଜେପି । ଏହା ସହ ବିଜେଡିର ଗଣ୍ଡା ଗଣ୍ଡା ନେତାଙ୍କ ବିରୋଧରେ ଥିବା ମାମଲାରେ ସରକାରଙ୍କ ସେଭଳି ଆଗ୍ରେସିଭ ମୁଡ୍ ଦେଖିବାକୁ ମିଳୁନାହିଁ। ରାଜନୈତିକ ସମୀକ୍ଷକଙ୍କ ମତରେ କେବଳ ନୂଆ ଯୋଜନା କିମ୍ବା ବିକାଶ ପାଇଁ ନୁହଁ ଦୁର୍ନୀତି ଗ୍ରସ୍ତ ନେତା ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିକୁ ଜିତାଇଥିଲେ ଜନତା। ତେଣୁ ସେ ଦିଗରେ ବି ସରକାର କାର୍ଯ୍ୟ କରିବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l

LEAVE A REPLY

Please enter your comment!
Please enter your name here