ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲାରେ ଦୁଇଟି ନିର୍ବାଚନ ମଣ୍ଡଳି ମୋହନା ଏବଂ ପାରଳାଖେମୁଣ୍ଡି । ମୋହନା ନିର୍ବାଚନ ମଣ୍ଡଳି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ନିର୍ବାଚନ ଅୟୋଗଙ୍କ ଦ୍ୱାରା ତାରିଖ ଘୋଷଣା ହେବା ପରେ ବିଭିନ୍ନ ଦଳର ଆଶାୟିଙ୍କ ତାଲିକା ବଢିବାରେ ଲାଗିଛି । ସମସ୍ତ ରାଜନୈତିକ ଦଳରେ ଆରମ୍ଭ ହୋଇଛି ଟିକେଟ କସରତ । କଂଗ୍ରେସ ଦଳ ପକ୍ଷରୁ ମୋହନା ବିଧାନସଭା ଆସନ ପାଇଁ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମହୋନା ବିଧାୟକ ଦାସରଥି ଗମାଙ୍ଗଙ୍କ ଟିକେଟ ଏକ ପ୍ରକାର ଫାଇନାଲ , କିନ୍ତୁ ବିଜେଡିର ଏକାଧିକ ଆଶାୟୀ ରହିଥୀବା ବେଳେ ବିଜେପିର ବି ଅନେକ ଆଶାୟୀ ରହିଛନ୍ତି ।ମୋଟାମୋଟି ଭାବରେ ନିର୍ବାଚନ ମଣ୍ଡଳିରେ ଉନ୍ନୟନ ମୁଳକ କାର୍ଯ୍ୟଧାରକୁ ଦୃଷ୍ଟି ଦେଲେ ବର୍ଷ ବର୍ଷ ଧରି ଏକାଧୀକ ପ୍ରକଳ୍ପ ଅଧପାନ୍ତରିଆ ଭାବେ ପଡିରହିଛି । ମୋହନା ବ୍ଲକ, ଆର ଉଦୟଗିରି ବ୍ଲକ, ରାୟଗଡ ବ୍ଲକର ଅନେକ ସମସ୍ୟା ଦିର୍ଘ ବର୍ଷ ଧରି ସମାଧନ ହୋଇପାରିନାହିଁ , ଏବେବି ଅନେକ ସମସ୍ୟା ଲାଗି ରହିଛି । କିଛି ନୁଆଁ ପ୍ରକଳ୍ପ ମଧ୍ୟ ହାତକୁ ନେଇଛନ୍ତି ସରକାର । ତେବେ ଚଳିତ ନିର୍ବାଚନରେ ଭୋଟର କାହା ଆଡକୁ ଢଳୁଛନ୍ତି ଏବଂ କାହାର ପଲ୍ଲା ଭାରି ରହିଛି ଆସନ୍ତୁ ଜାଣିିବା ଏହି ରିପୋର୍ଟରେ ।
ମୋହନା ନିର୍ବାଚନ ମଣ୍ଡଳି ମୋହନା, ଆର. ଉଦୟଗିରି, ନୁଆଗଡ ଓ ରାୟଗଡ ବ୍ଲକକୁ ନେଇ ଗଠିତ । ମୋହନାର ୩୯ ପଞ୍ଚାୟତ, ଆର ଉଦୟଗିରି ୧୭ ପଞ୍ଚାୟତ, ନୁଆଗଡ ୧୯ ପଞ୍ଚାୟତ ରାୟଗଡର ୨୧ ଗୋଟି ପଞ୍ଚାୟତକୁ ମିଶାଇ ମୋଟ ୯୬ଟି ପଞ୍ଚାୟତ ରହିଛି । ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥି ଚକ୍ରଧର ପାଇକ ୩୭,୬୯୭ ଖଣ୍ଡ ଭୋଟ ପାଇ ମୋହନା ନିର୍ବାଚନ ମଣ୍ଡଳିର ବିଧାୟକ ହୋଇଥିଲେ କିନ୍ତୁ ୨୦୧୪ ନିର୍ବାଚନରେ ତାଙ୍କୁ କଂଗ୍ରେସ ଦଳ ଟିକେଟ ମିଳିନଥିଲା ଯାହାଫଳରେ ସେ ସ୍ୱାଧିନ ପ୍ରାର୍ଥି ଭାବେ ନିର୍ବାଚନ ଲଢି ୫,୪୧୭ ଖଣ୍ଡ ଭୋଟ ପାଇ ପରାଜୟ ମଧ୍ୟ ହୋଇଥିଲେ ଯାହା କଂଗ୍ରେସ ପାଇଁ କାଳ ହେଲା ଏବଂ ବିଧାୟିକା ହୋଇଥିଲେ ବିଜେଡି ପ୍ରାର୍ଥି ବାସନ୍ତି ମଲିକ ।
୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥି ବାସନ୍ତି ମଲ୍ଲିକ ୪୩ ହଜାର ୬ ଖଣ୍ଡ ଭୋଟ ପାଇ ୧୧୫ ଭୋଟରେ ବିଜୟ ହୋଇଥିଲେ । ୪୨ ହଜାର ୮୯୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟରେ ରହିଥିଲେ କଂଗ୍ରେସ ପ୍ରାର୍ଥି ଦାସରଥୀ ଗମାଙ୍ଗ ଏବଂ ତୃତିୟ ସ୍ଥାନରେ ୩୯ ଭୋଟ ୬୨୫ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥି ଭରତ ପାଇକ ରହିଥିଲେ । । ୨୦୧୯ ନିର୍ବାଚନରେ କଂଗ୍ରେସ ପାର୍ଥି ବିଜେଡିର ବିଧାୟକ ପାର୍ଥିନି ପୁର୍ଣ୍ଣବାସି ନାୟକଙ୍କୁ ୨,୩୫୪ ଭୋଟରେ ପରାସ୍ତ କରିଥିଲେ ଏବଂ ବିଧାୟକ ହୋଇଥିଲେ ଦାସରଥି ଗମାଙ୍ଗ । କଂଗ୍ରସ ପ୍ରାର୍ଥି ଦାସରଥି ଗମାଙ୍ଗ ୫୩,୭୦୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥିନି ପୁର୍ଣ୍ଣବାସି ନାୟକ ୫୧,୩୫୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥି ପ୍ରଶାନ୍ତ କୁମାର ମଲ୍ଲିକ ୪୬,୧୭୬ ଖଣ୍ଡ ଭୋଟ ପାଇ ରହିଥିଲେ ତୃତିୟ ସ୍ଥାନରେ । ମୋହନା ନିର୍ବାଚନ ମଣ୍ଡଳିରେ ଅନେକ ପ୍ରସଙ୍ଗ, ପ୍ରକଳ୍ପ ଏବଂ ଜନ କଲ୍ୟାଣକାରି କାର୍ଯ୍ୟ ଅଧପାନ୍ତରିଆ ଭାବେ ପଡିରହିଛି ଏବଂ ସମସ୍ୟା ଅନେକ ରହିଥିବା ବେଳେ ବାହାରି ପାରିନି ସମାଧାନର ପନ୍ଥା ।
ତେବେ ୨୦୨୪ ସାଧାରଣ ନିର୍ବାଚନରେ ଦଳ ଅପେକ୍ଷା ପାର୍ଥିଙ୍କୁ ଗୁରୁତ୍ୱ ଦେବା ନେଇ ଆଲୋଚନା କରୁଛନ୍ତି ମୋହନା ନିର୍ବାଚନ ମଣ୍ଡଳିର ଜନସାଧାରଣ । ୨୦୦୯ ମସିହାରେ ବିଜେଡିର ବିଧାୟକ ପାର୍ଥି ଯୟଯୁକ୍ତ ହେବାପରେ ଜନସାଧାରଣଙ୍କ ମନରେ ଅନେକ ଆଶା ଓ ଭରସା ଜାଗ୍ରତ ହୋଇଥିଲା କାରଣ ଜଣେ ଶାସକ ଦଳର ବିଧାୟକ ପ୍ରାର୍ଥି ବିଜୟ ହୋଇଥିବା କାରଣରୁ ବହୁ ବର୍ଷ ଧରି ଲାଗି ରହିଥିବା ସମସ୍ୟା ଓ ପଡିରହିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟର ସମାଧାନ ହେବା ସହ ରାଜ୍ୟ ସରକାରଙ୍କ ଅନୁଦାନ ପାଣ୍ଠିରୁ ଅନେକ ନୁତନ ପ୍ରକଳ୍ପକୁ ଅନୁଦାନ ମିଳିବ ଯାହ ନିର୍ବାଚନ ମଣ୍ଡଳିର ଚାରୋଟି ଆଦିବାସୀ ବ୍ଲକରେ ଅନେକ ନୁତନ ଯୋଜନା ପ୍ରାରମ୍ଭ ହୋଇପାରିବ ଏବଂ ଉନ୍ନତିକରଣ କାର୍ଯ୍ୟଗୁଡିକ ସମୟ କ୍ରମେ ସମାପ୍ତ ହୋଇପାରିବ କିନ୍ତୁ ଜନସାଧାରଣଙ୍କ ଆଶା ଆଶାରେ ହିଁ ରହିଗଲା ।
ଯାହା ଫଳରେ ୨୦୧୯ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ ହେବା ପାଇଁ ସହୟକ ହୋଇଥିଲା । କଂଗ୍ରେସ ସମୟରେ ମଧ୍ୟ ସେହି ସମଦସା ଭୋଗିବାକୁ ପଡିଛି ଜନସାଧାରଣଙ୍କୁ । ସମସ୍ତଙ୍କ ଆଶା ରହିଥିଲା ଡମ୍ବାପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଯଥାଶିଘ୍ର ସମାପ୍ତ ହେବ କାରଣ ୨୦୦୮ ମସିହାରେ ଏହାର ଭିତ୍ତିପ୍ରସ୍ତର ପଡିଥିଲା । ଯାହା ଗୋଷାଣି ବ୍ଲକର ୩ ହଜାରରୁ ଉର୍ଦ୍ଦ ଚାଷ ଜମିକୁ ଜଳ ଯୋଗଣ ବ୍ୟବସ୍ଥା ହୋଇଥାନ୍ତା । ରାୟଗଡ ଓ ପାରଳାଖେମୁଣ୍ଡି ଅଞ୍ଚଳର ମଧ୍ୟ ଅନେକ ଚାଷଜମି ଜଳସେଚିତ ହୋଇପାରନ୍ତା । ଅନ୍ୟ ଏକ ପ୍ରସଙ୍ଗ ରାୟଗଡ ବ୍ଲକର ସୀମା ବିବାଦ ଯାହା ବର୍ତ୍ତମାନ ସୁଧା ସମାଧାନ ହୋଇପାରିନାହିଁ ।
ତେବେ ବିଭିନ୍ନ ବ୍ଲକର ନିଜ ନିଜ ସମସ୍ୟା ସମସ୍ୟା ରହିଛି ଏବଂ ସେମାନେ ଏପରି ଜଣେ ପାର୍ଥି ଖୋଜୁଛନ୍ତି ଯେଉଁମାନେ ଏଭଳି ସମସ୍ୟା ସରକାରଙ୍କ ନିକଟରେ ପହଁଚାଇବେ ଏବଂ ସମାଧାନ କରିବାରେ ସକ୍ଷମ ହେବେ । ମୋହନା ବ୍ଲକକୁ ଏନ.ଏ.ସି କରିବା ଦାବି ବହୁ ବର୍ଷରୁୁ ଅଞ୍ଚଳ ବାସି କରିଆସୁଛନ୍ତି । ରାଜ୍ୟ ସରକାର ଚଳିତ ବର୍ଷ ଅନେକ ବ୍ଲକ ଏବଂ ସହରକୁ ଏନ.ଏ.ସିର ମାନ୍ୟତା ପ୍ରଦାନ କରିଥିଲେ କିନ୍ତୁ ସେଥିରୁ ବାଦ ପଡିଥିଲା ମୋହନା ବ୍ଲକ । ବ୍ଲକ ବାସି ଏହାକୁ ନେଇ ତିବ୍ର ଅସୋନ୍ତୋଷ ପ୍ରକାଶ କରିବା ସହ ବଣିକ ସଙ୍ଘ, ସାମ୍ବାଦିକ ସଙ୍ଘ, ସ୍ୱୟଂ ସହାୟକ ଗୋଷ୍ଠି ଏବଂ ବୁଦ୍ଧିଯିବି ମାନେ ଏନ.ଏ.ସି ଦାବିରେ ମୁଖ୍ୟ ରାସ୍ତା ବନ୍ଦ କରି ଆନ୍ଦୋଳନ କରିଥିଲେ ଯାହାଫଳରେ ଅନେକ ସହରକୁ ଯାତାୟତ ବନ୍ଦ ହୋଇଥିଲା ।
ତେବେ ସେହି ସମୟରେ କେଉଁ ଦଳ ମୋହନା ବାସିଙ୍କ ସାଥିରେ ରହିଥିଲା ତାହା ନିଶ୍ଚୟ ଜାଣିଛନ୍ତି ଏନ.ଏ.ସି ଆନ୍ଦୋଳନରେ ଜଡିତ ରହିଥିବା ବ୍ୟକ୍ତିବିଶେଷ ଏବଂ ଏହାର ଏକ ବଡ ପ୍ରଭାବ ଚଳିତ ବିଧାନସଭା ନିର୍ବାଚନରେ ପଡିବ ବୋଲି ଚର୍ଚ୍ଚା ଜୋର ଧରିଛି କାରଣ ଯେଉଁ ନେତା ଏବଂ ଦଳ ଆନ୍ଦୋଳନରେ ସହୋଯୋଗ କରିଛନ୍ତି ତାଙ୍କ ସପକ୍ଷରେ ଜନମତ ଶୃଷ୍ଟି ହେବା ନେଇ ଆଲୋଚନା ହେଉଥିବା ଜଣାପଡିଛି । ଆର ଉଦୟଗିରି ବ୍ଲକକୁ ରାଜସ୍ୱ ଉପଖଣ୍ଡର ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ବନ୍ଦପାଳନ କରାଯାଇଥିଲା ଯାହାଫଳରେ ସମସ୍ତ ସରକାରି କାର୍ଯାଳୟ, ବିଦ୍ୟାଳୟ ଏବଂ ବେସରକାରି ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା ଏବଂ ଏହାର ପ୍ରଭାବ ମଧ୍ୟ ପଡିଥିଲା ଯାହା ଚଳିତ ନିର୍ବାଚନରେ ଏହାର ପ୍ରଭାବ ପଡିପାରେ ।
ଏପରି ଅନେକ ପ୍ରସଙ୍ଗ ରହିଛି ଯାହା ଚଳିତ ନିର୍ବାଚନରେ ମୁଖ୍ୟ ପ୍ରଶଙ୍ଗ ହେବ ଜାହାର ସମାଧାନ ଦିଗରେ ଜିଏ ପଦକ୍ଷେପ ନେବ ତାର ସପକ୍ଷରେ ମତଦାନ ପାଇଁ ଜନଶାଧାରଣ ମନସ୍ଥ କରିଥିବା ଜଣାପଡିଛି । ଅନ୍ୟ ପକ୍ଷରେ ମୋହନା ବ୍ଲକ ନିର୍ବାଚନ ମଣ୍ଡଳିର ବୃହତମ ବ୍ଲକ ହୋଇଥିବା କାରଣରୁ ବିଧାୟକ ପାର୍ଥି ମଧ୍ୟ ଉକ୍ତ ବ୍ଲକର ଚୟନ କରିବା ପାଇଁ ଦାବି କରାଯାଇଥିବା ବେଳେ ବିଜେଡି ଦଳର ଅନେକ ଆଶାୟୀ ରହିଛନ୍ତ । ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଛି । ତେବେ ଏକାଧିକ ଆଶାୟୀ ଦଳରେ ରହିଥିବା କାରଣରୁ ଦଳ ପାଇଁ ବିପଦ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି ।
ସେହିପରି ବିଜେପିର ମଧ୍ୟ ଆଶାୟିଙ୍କ ସଂଖ୍ୟା ଅଧୀକ ରହିଥିବା ବେଳେ ଦଳ କାହାକୁ ପ୍ରାର୍ଥି କରିବ ଅପେକ୍ଷାରେ ଜନସାଧାରଣ । ମୋହନା ନିର୍ବାଚନ ମଣ୍ଡଳିରେ ଦଳ ଅପେକ୍ଷା ପାର୍ଥିକୁ ଅଧିକ ଗରୁତ୍ୱଦେଉଛନ୍ତି ଭୋଟର । କାରଣ କିଏ ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛି ଏବଂ କିଏ ସ୍ଥାନୀୟ ଜନସାଧାରଣ ଓ ଅଞ୍ଚଳବାସିଙ୍କ ପାଇଁ କାର୍ଯ୍ୟ କରିବେ ତାକୁ ଭୋଟର ନିଜ ନେତା ଭାବେ ଚୟନ କରିବେ । ଯେଉଁ ଦଳର ନେତା ହୁଅନ୍ତୁ ନା କାହିଁକି ସେମାନଙ୍କ ଉଦ୍ଦ୍ୟେସ ସମସ୍ତ ବିଷୟକୁ ତର୍ଜମା କରି ଭୋଟ ଦେବା ନେଇ ନିର୍ଣ୍ଣୟ କରିସାରିଛନ୍ତି ଭୋଟର । କେଉଁ ଦଳ ପ୍ରତିଶୁତି ଦେଇ କାର୍ଯ୍ୟକାରି କରିନାହାଁନ୍ତି ତାହା ଆଲୋଚନାର ବିଷୟ ପାଲଟିଛି ।
ବର୍ତ୍ତମାନ ସମୟରେ କଂଗ୍ରେସର ଦାସରଥୀ ଗମାଙ୍ଗଙ୍ଗ ଟିକେଟ ଏକ ପ୍ରକାର ଫାଇନାଲ ହୋଇଥିବା ବେଳେ ବିଜେଡି ଓ ବିଜେପି କାହାକୁ ପ୍ରାର୍ଥୀ କରିବେ ତାର ଅଙ୍କକସା ଜାରି ରହିଛି । ବିଜେଡିର ପ୍ରାର୍ଥି ଚୟନ ହେବା ପରେ ବିରୋଧୀ ଆରମ୍ଭ କରିବେ ରଣନିତି । କାରଣ ବିଜେଡିର ଉପଯୁକ୍ତ ପାର୍ଥି ଚୟନ ହିଁ ନିର୍ବାଚନ ମଣ୍ଡଳିର ଫଳାଫଳ ଉପରେ ନିର୍ଭର କରିବ, ନଚେତ ମୋହନା ନିର୍ବାଚନ ମଣ୍ଡଳିରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେବା ନେଇ ଆଲୋଚନା ହେଉଛି ।